Home > ରାଜନୀତି
ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବ୍ୟାଙ୍କକ ଗଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ!
Khabar Odisha:Politics-Congress-MP-Rahul-Gandhi-left-for-Bangkok-by-Vistara-airlines

ନୂଆଦିଲ୍ଲୀ, ଅକ୍ଟୋବର ୦୬ (ଖବର ଓଡ଼ିଶା): କଂଗ୍ରେସରେ ଜାରି ଥିବା ଆଭ୍ୟନ୍ତରୀଣ କଳହ ଏବଂ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାସଂଦ ରାହୁଲ ଗାନ୍ଧୀ ବ୍ୟାଙ୍କକ ଗସ୍ତ କରିଥିବା ଜାତୀୟ ଗଣମାଧ୍ୟମ ଖବର କରିଛି । ସୂତ୍ର ଅନୁସାରେ ରାହୁଲ ଗାନ୍ଧୀ ଶନିବାର ଭିସ୍ତାରା ଏୟାରଲାଇନର ବିମାନରେ ବ୍ୟାଙ୍କକ ଯାଇଛନ୍ତି । ମାତ୍ର ସେ କେଉଁ କାମରେ ବ୍ୟାଙ୍କକ ଯାଇଛନ୍ତି, ତାହା ଜଣାପଡ଼ି ନାହିଁ । ଅନ୍ୟପକ୍ଷରେ ୨ ସପ୍ତାହ ପରେ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ହେବ । 

ରାହୁଲ ଗାନ୍ଧୀଙ୍କ ବ୍ୟାଙ୍କକ ଯାତ୍ରା ନେଇ ଅନେକ ପ୍ରଶ୍ନ ଉଠିଛି । ଏହା ପୂର୍ବରୁ ୨୦୧୫ରେ ମଧ୍ୟ ତାଙ୍କର ବ୍ୟାଙ୍କକ ଯିବା ନେଇ ବଡ଼ ପ୍ରଶ୍ନ ଉଠିଥିଲା । ରାହୁଲଙ୍କୁ ମହାରାଷ୍ଟ୍ର ଓ ହରିୟାଣାରେ କଂଗ୍ରେସର ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଥିଲା । ମାତ୍ର ରାହୁଲ ବ୍ୟାଙ୍କକ ଯିବା ନେଇ କଂଗ୍ରେସ ତରଫରୁ କିଛି କୁହାଯାଇ ନାହିଁ । 

ସୂଚନାଯୋଗ୍ୟ ଉଭୟ ରାଜ୍ୟରେ ଚଳିତ ମାସ ୨୧ ତାରିଖରେ ମତଦାନ ହେବ ଏବଂ ୨୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ମହାରାଷ୍ଟ୍ରରେ ମୁମ୍ବାଇର ପୂର୍ବତନ ଅଧ୍ୟକ୍ଷ ନିରୁପମ ପାର୍ଟି ଲୋକତନ୍ତ୍ରର ଦୁର୍ବଳତା ଅଭିଯୋଗ ଆଣି କଂଗ୍ରେସ ପାଇଁ ପ୍ରଚାର ନ କରିବାକୁ ଘୋଷଣା କରିଛନ୍ତି । ହରିୟାଣାରେ ପୂର୍ବତନ ରାଜ୍ୟ ସଭାପତି ଅଶୋକ ତମ୍ବର ଟିକେଟ ବିତରଣରେ ଦୁର୍ନୀତି ଏବଂ ରାହୁଲ ଗାନ୍ଧୀଙ୍କ ନିକଟତରଙ୍କୁ ଅଣଦେଖା ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି । 

  • Tags: