Home > ରାଜନୀତି
କଂଗ୍ରେସ କର୍ତ୍ତବ୍ୟ ହେଉଛି ଧର୍ମନିରପେକ୍ଷତାକୁ ରକ୍ଷା କରିବା, ‘ଲାଇଟ ହିନ୍ଦୁତ୍ୱ’ ସମାଧାନ ନାହିଁ: ଥରୁର
Khabar Odisha:Politics-Congresss-duty-is-to-protect-secularism-light-hindutva-will-not-overcome-crisis

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୯ (ଖବର ଓଡ଼ିଶା): କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ରବିବାର କହିଛନ୍ତି, ତାଙ୍କ ପାର୍ଟିର କର୍ତ୍ତବ୍ୟ ଯେ, ଧର୍ମନିରପେକ୍ଷତା ରକ୍ଷା କରୁ । ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି, ହିନ୍ଦୀ ଭାଷାଭାଷୀ ରାଜ୍ୟରେ ପାର୍ଟିର ସଂକଟ ଭାରତୀୟ ଜନତା ପାର୍ଟିର ବହୁସଂଖ୍ୟକ ତୁଷ୍ଟିକରଣ ଭାବେ ‘ଲାଇଟ ହିନ୍ଦୁତ୍ୱ’ର ମୁକାବିଲା କରିବାଠାରୁ ଦୂରରେ ରହିପାରୁ ନାହିଁ, କାରଣ ଏହି ରାସ୍ତାରେ ଚାଲିଲେ ‘କଂଗ୍ରେସ ଜିରୋ’ ହୋଇଯିବ । 

କଂଗ୍ରେସ ସାଂସଦ ନିଜର ପୁସ୍ତକ ‘ଦ ହିନ୍ଦୁ ୱେ : ଏନ ଇଣ୍ଟ୍ରୋଡକଶନ ଟୁ ହିନ୍ଦୁଇଜିମ’ର ଲୋକାର୍ପଣ ପୂର୍ବରୁ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ, କ୍ଷମତାରେ ବସିଥିବା ଲୋକେ ଯେଉଁ ପ୍ରଚାର କରୁଛନ୍ତି, ସେମାନେ ସଠିକ ଭାବେ ହିନ୍ଦୁତ୍ୱକୁ ଗୁରୁତ୍ୱ ଦେଉ ନାହାନ୍ତି । ବରଂ ଏକ ମହାନ ମତକୁ ବିକୃତ କରାଯାଉଛି । ସେହି ଲୋକମାନେ ବିଶୁଦ୍ଧ ରାଜନୀତି ଓ ନିର୍ବାଚନରୁ ଲାଭ ଉଠାଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଏକ ସଂକୀର୍ଣ୍ଣ ରାଜନୀତି ସୃଷ୍ଟି ହୋଇଛି । ଥରୁର କହିଛନ୍ତି ଯେ, ସତର୍କ ଆଶାବାଦୀ ଭାବେ ସେ କହିବାକୁ ଚାହିଁବେ ଯେ, ଯୁବଗୋଷ୍ଠୀ ସମେତ ବିପୁଳ ସଂଖ୍ୟାରେ ଏଭଳି ଭାରତୀୟ ଅଛନ୍ତି, ଯେଉଁମାନେ ଭାରତ ସପକ୍ଷରେ ବିକୃତ ବିଚାର ନ ହେଉ ।

କେରଳର ଥିରୁବନନ୍ତପୁରମ ଲୋକସଭା ଆସନରୁ ସାଂସଦ ଥରୁର କହିଛନ୍ତି, କଂଗ୍ରେସ ପାର୍ଟିର ସଦସ୍ୟ ଭାବେ ମୋର କହିବାର ଅଛି ଯେ, ଭାରତରେ ଧର୍ମନିରପେକ୍ଷତାର ରକ୍ଷା କରିବାରେ ପାର୍ଟିର ଏକ ମୌଲିକ ଭୂମିକା ରହିଛି ଏବଂ ଏହାର ନେତୃତ୍ୱ କରିବା କର୍ତ୍ତବ୍ୟ ଅଟେ । ସେ କହିଛନ୍ତି, ଯେଉଁ ଲୋକମାନେ ଏହି ଉପଦେଶ ଦେଉଛନ୍ତି ଯେ ହିନ୍ଦି ଭାଷାଭାଷି ଅଞ୍ଚଳରେ ପାର୍ଟି ସମସ୍ୟାର ସମାଧାନ ବିଜେପି ଭଳି ବହୁସଂଖ୍ୟକ ତଷ୍ଟିକରଣ’ରେ ଅଛନ୍ତି । ସେମାନେ ବଡ଼ ଭୁଲ କରୁଛନ୍ତି । 

  • Tags: