Home > ରାଜନୀତି
ଜମ୍ମୁରେ କଂଗ୍ରେସ ନେତାଙ୍କୁ ଅଟକ ରଖିବା ଭୁଲ, କେବେ ଶେଷହେବ ପାଗଳାମୀ: ରାହୁଲ ଗାନ୍ଧୀ
Khabar Odisha:Politics-Ex-president-of-congress-Rahul-Gandhi-said-that-the-arrest-of-our-leaders-in-Jammu-is-despicable-when-will-this-madness-end

ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡ଼ିଶା): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜମ୍ମୁ କଶ୍ମୀରରେ ନିଜର ଦୁଇ ଜଣ ନେତାଙ୍କୁ ପୋଲିସ ହେପାଜତରେ ରଖିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ରାହୁଲ ଶୁକ୍ରବାର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଶେଷରେ ପାଗଳାମୀ କେବେ ଶେଷ ହେବ । ରାହୁଲ ଟୁଇଟ କରି କହିଛନ୍ତି, ମୁଁ ଜମ୍ମୁ କଶ୍ମୀର କଂଗ୍ରେସ କମିଟିର ଅଧ୍ୟକ୍ଷ ଗୁଲାମ ମୀର ଓ ମୁଖପାତ୍ର ରବୀନ୍ଦ୍ର ଶର୍ମାଙ୍କ ଅଠକ ରଖିବାକୁ ତୀବ୍ର ନିନ୍ଦା କରୁଛି । 

ରାହୁଲ ଗାନ୍ଧୀ କହିଛନ୍ତି, ଜାତୀୟ ରାଜନୈତିକ ପାର୍ଟି ବିରୋଧରେ ହୋଇଥିବା ଅକାରଣ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସରକାର ଗଣତନ୍ତ୍ରକୁ ଆହୁରି ରସାତଳକୁ ନେଇଯାଉଛନ୍ତି । ଏହି ପାଗଳାମୀ କେବେ ଶେଷ ହେବ । କଂଗ୍ରେସର ଜମ୍ମୁ କଶ୍ମୀର ଶାଖାକୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ମନା କରାଯାଇଛି । ଏହା ବ୍ୟତୀତ ପୋଲିସ ପାର୍ଟିର ମୁଖ୍ୟ ମୁଖପାତ୍ର ଏବଂ ପୂର୍ବତନ ଏମଏଲସି ରବୀନ୍ଦ୍ର ଶର୍ମାଙ୍କୁ ଜମ୍ମୁସ୍ଥିତ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରୁ ଗିରଫ କରିଛି । ପୋଲିସ କହିବା ଅନୁସାରେ ଶର୍ମାକୁ ଅଟକ ରଖାଯାଇଛି । 

କଂଗ୍ରେସର ଦାବୀ ଯେ, ତା’ର ରାଜ୍ୟ ସଭାପତି ଗୁଲାମ ଅହମଦ ମୀରଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଗୁଲାମ ଅହମଦ ପାର୍ଟି କାର୍ଯ୍ୟାଳୟକୁ ଯାଉଥିବା ବେଳେ ପୋଲିସ ଅଟକ ରଖିଛି । ପାର୍ଟିର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଅଭିଯୋଗ ଆଣିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଗଣତାନ୍ତ୍ରିକ ମୂଲ୍ୟକୁ ନିମ୍ନଗାମୀ କରୁଛି ଏବଂ ସରକାର ଯାହା କହୁଛନ୍ତି, ବାସ୍ତବରେ ସେଭଳି ପରିସ୍ଥିତି ନାହିଁ । ଆଜଦ କହିଛନ୍ତି, ଶର୍ମାଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସହିତ ଅନ୍ୟ ନେତାମାନଙ୍କୁ ଛାଡ଼ି ଦିଆଯାଉ । 

    

 

  • Tags: