Home > ରାଜନୀତି
ମଧ୍ୟପ୍ରଦେଶ ବିଧାନସଭା: ଆଜି ହୋଇପାରେ ଶକ୍ତିପରୀକ୍ଷା, ୧୫ ମାସ ପରେ ଫୁଟିବ ପଦ୍ମ!
Khabar Odisha:Politics-Important-day-for-MP-politics-supreme-court-to-hear-order-od-floor-test-to-Kamal-Nath

ଭୋପାଳ, ମାର୍ଚ୍ଚ ୧୭ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ ଦେଖାଯାଇଥିବା ରାଜନୈତିକ ଘଟଣାକ୍ରମ ତୀବ୍ର ହୋଇଯାଇଛି ଏବଂ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପଶାକାଠି ଖେଳ ଚାଲିଛି । ରାଜ୍ୟପାଳଙ୍କ ଆଦେଶ ଅନୁସାରେ ସୋମବାର ବିଧାନସଭାରେ ଶକ୍ତିପରୀକ୍ଷା ହେବାର ଥିଲା କିନ୍ତୁ ବିଧାନସଭା ବାଚସ୍ପତି ଗୃହ କାର୍ଯ୍ୟ ମାର୍ଚ୍ଚ ୨୬ ଯାଏଁ ଅଟକାଇ ଦେଇଛନ୍ତି । ଏହା ପରେ ବିଜେପି ସୁପ୍ରିମ କୋର୍ଟ ପହଞ୍ଚିଛି । ଆଜି ଏହି ମାମଲାରେ ସୁପ୍ରିମ କୋର୍ଟରେ ଶୁଣାଣୀ ହେବ । ଅନ୍ୟପକ୍ଷରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ତୃତୀୟ ଥର ମଧ୍ୟପ୍ରଦେଶ ସରକାର ଓ ବାଚସ୍ପତିଙ୍କୁ ଚିଠି ଲେଖି କହିଛନ୍ତି, ମଙ୍ଗଳବାର ଶକ୍ତିପରୀକ୍ଷା କରାଯାଉ । ଏହି ଦୃଷ୍ଟିରୁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୁପ୍ରିମ କୋର୍ଟ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜନୈତିକ ତୀବ୍ରତା ଆହୁରି ବଢ଼ିପାରେ । 

ବିଳମ୍ବିତ ରାତି ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି, ବିଜେପି ଚାହୁଁଛି ଅନାସ୍ଥା ପ୍ରସ୍ତାବ ଆଣୁ ସେ କହିଛନ୍ତି, କଂଗ୍ରେସ ନିକଟରେ ବହୁମତ ଅଛି । ଏଥି ପାଇଁ ସେ ଶକ୍ତିପରୀକ୍ଷା ଚାହୁଁନାହିଁ । ଦିନକ ପୂର୍ବରୁ ସେ କହିଥିଲେ କି ସେ ଶକ୍ତିପରୀକ୍ଷା ପାଇଁ ପ୍ରସ୍ତୁତ । ରାଜ୍ୟପାଳ ତିନି ଥର କମଳନାଥ ସରକାରକୁ ଶକ୍ତିପରୀକ୍ଷା ପାଇଁ ଆଦେଶ ଦେଇ ସାରିଛନ୍ତି । କିନ୍ତୁ ସେ ଆଦେଶ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସୋମବାର ପୁଣି ସେ ରାଜଭବନ ପହଞ୍ଚିଥିଲେ । ଏହା ପରେ ସେ କହିଥିଲେ ଯଦି କେହି କହୁଛି ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ, ତାହେଲେ ସେମାନେ ଅନାସ୍ଥାପ୍ରସ୍ତାବ ଆଣିବାରେ ଅସୁବିଧା କେଉଁଠି । 

କମଳନାଥଙ୍କ କହିବା ଅନୁସାରେ ତାଙ୍କ ପାଖରେ ସଂଖ୍ୟଗରିଷ୍ଠତା ଅଛି । ଅନ୍ୟପକ୍ଷରେ ବିଜେପି ଶକ୍ତିପରୀକ୍ଷା ପାଇଁ ଜୋର ଦେଇଛି । ଆଜି ସୁପ୍ରିମ କୋର୍ଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ପରେ ଜଣା ପଡ଼ିବ ଯେ, ରାଜ୍ୟପାଳଙ୍କ ଆଦେଶ ଭାରି ପଡ଼ିବ ନା କମଳନାଥ ସରକାରଙ୍କ ନିଷ୍ପତ୍ତି । ବିଧାନସଭାରେ ଯଦି ଶକ୍ତିପରୀକ୍ଷା ହୁଏ, ତାହେଲେ ବିଜେପି ୧୫ ମାସ ପରେ ପୁଣି ସରକାର ଗଢ଼ିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । 

 

  • Tags: