Home > ରାଜନୀତି
ମଧ୍ୟପ୍ରଦେଶ: କମଲନାଥଙ୍କୁ ଭେଟିଲେ ଶିବରାଜ ସିଂହ ଚୌହାନ
Khabar Odisha:Politics-After-snatching-the-Cm-post-from-Kamalnath-BJP-leader-Shivraj-Singh-Chouhan-reached-at-his-residence

ଭୋପାଳ, ମାର୍ଚ୍ଚ ୨୧ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କମଲନାଥଙ୍କୁ ଭେଟିଛନ୍ତି । ସେ  କମଲନାଥଙ୍କ  ଘରକୁ ଯାଇଁ ତାଙ୍କୁ ଭେଟିଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଶିବରାଜଙ୍କ ନେତୃତ୍ୱରେ ବିଜେପି କମଲନାଥ ସରକାରକୁ ଭାଙ୍ଗି ଦେଇଛି । କଂଗ୍ରେସ ଛାଡ଼ିଥିବାର ରାଜ୍ୟର ଜଣାଶୁଣା ନେତା ବିଜେପିରେ ସାମିଲ ହୋଇଯାଇଛନ୍ତି ।   

କମଲନାଥ ନିଜ ସରକାର ବଞ୍ଚାଇବାକୁ ବହୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଲନାଥ । ସେ ବିଗତ କିଛି ଦିନ ମଧ୍ୟରେ ନାଟକୀୟ ଘଟଣାକ୍ରମର ସମ୍ମୁଖୀନ ହୋଇଥିଲେ । ବିଜେପିର ରଣନୀତିରେ ପରାସ୍ତ ହୋଇ ଶକ୍ତିପରୀକ୍ଷା ଦେବା ପୂର୍ବରୁ କ୍ଷମତା ଛାଡିଛନ୍ତି । କମଲନାଥ ନିଜର ଇସ୍ତଫା ପତ୍ରକୁ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଦେଇଛନ୍ତି । 

ଶିବରାଜ ସିଂହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଆସନ କମଲନାଥଙ୍କ ଠାରୁ ଛଡାଇଆଣିବା ପରେ ତାଙ୍କ ଘରକୁ ଯାଇ ଭେଟିଛନ୍ତି । ସେ କମଲନାଥଙ୍କ ଘରେ କିଛି ସମୟ ଯାଇ ଅଟକିଥିଲେ ଏବଂ ପୁଣି ଫେରି ଯାଇଥିଲେ । ଏବେ ବିଜେପି ବିଧାୟକ ଦଳର ବୈଠକରେ ନୂଆ ନେତା ଚୟନ ହେବ । ବୈଠକରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ନିଷ୍ପତ୍ତି ହେବ । 

 

  • Tags: