Home > ରାଜନୀତି
ମଧ୍ୟପ୍ରଦେଶରେ ଆଜି ଶକ୍ତିପରୀକ୍ଷା ଦେବେ କମଲନାଥ!, ରାଜ୍ୟପାଳଙ୍କୁ ଭେଟିଲେ ଶିବରାଜ
Khabar Odisha:Politics-Floor-test-Kamal-Nath-met-governor-said-will-talk-to-speaker-Shivraj-will-ask-for-confidence-motion

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ ରାଜନୈତିକ ଅବସ୍ଥା ଅସ୍ଥିର ଦେଖାଯାଇଛି । ଆଜି ଶକ୍ତିପରୀକ୍ଷା ହେବ କି ନାହିଁ ଏହାରି ଉପରେ ମଧ୍ୟ ଆଶା ସଂଚାର ହୋଇଛି । ବିଳମ୍ବିତ ରାତି ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିବା ପରେ ସେ କହିଛନ୍ତି, ଶକ୍ତିପରୀକ୍ଷା ପାଇଁ ପ୍ରସ୍ତୁତ କିନ୍ତୁ ବନ୍ଧକ ଥିବା ବିଧାୟକଙ୍କୁ ପ୍ରଥମେ ଛଡାଯାଉ । ଏହା ପୂର୍ବରୁ ମଧ୍ୟ ପ୍ରଦେଶ ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନର କାର୍ଯ୍ୟସୂଚୀରେ ଶକ୍ତିପରୀକ୍ଷାକୁ ଉଲ୍ଲେଖ କରାଯାଇ ନାହିଁ । ବିଜେପି କହିଛି ଆଜି ଗୃହରେ ଶକ୍ତିପରୀକ୍ଷା ହେଉ ।    

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଯଦି ସୋମବାର ବିଧାନସଭାରେ ଶକ୍ତିପରୀକ୍ଷା ନହେଉଛି, ରାଜ୍ୟପାଳଙ୍କୁ କନଫିଡେନ୍ସ ମୋଶନ ଆଣିବାକୁ ଦାବି କରିବେ । ଚୌହାନ କହିଛନ୍ତି ଯେ ‘ମଧ୍ୟପ୍ରଦେଶର ବର୍ତ୍ତମାନ ସରକାର ବହୁମତ ହରାଇସାରିଛି । ଆମେ ରାଜ୍ୟପାଳଙ୍କ ସହ ଅନାସ୍ଥା ପ୍ରସ୍ତାବ ଲାଗି ଆଲୋଚନା କରିବୁ । ଶିବରାଜ କହିଛନ୍ତି, ସେ ଚାହାନ୍ତି ଯେ ଶକ୍ତିପରୀକ୍ଷା ହେବାର ଯଦି ଅଛି, କାହିଁକି ହେଉନାହିଁ । ଆମର ଦାବି ଯେ ଶକ୍ତିପରୀକ୍ଷା ହେଉ । 

ରାଜ୍ୟପାଳଙ୍କୁ ଭେଟିବା ପରେ କମଲନାଥ କହିଛନ୍ତି, ରାଜ୍ୟପାଳ ମୋତେ ଫୋନ କରି ଡାକିଥିଲେ ଏବଂ ଗୃହର କାର୍ଯବାହୀକୁ ନେଇ ଆଲୋଚନା ହୋଇଛି । ମୁଁ କହିଛି ଶକ୍ତିପରୀକ୍ଷା ସଂପର୍କରେ ସୋମବାର ବାଚସ୍ପତିଙ୍କ ସହ ଆଲୋଚନା କରିବୁ । ମୁଁ ଶକ୍ତିପରୀକ୍ଷା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ବିଧାୟକଙ୍କୁ ମୁକ୍ତ କରାଯାଉ । ମୁଁ ଏସଂପର୍କରେ ବାଚସ୍ପତିଙ୍କ ସହିତ କଥା ହେବି । ରାଜ୍ୟପାଳ ସରକାର ଓ ବାଚସ୍ପତିଙ୍କୁ ଚିଠି ଲେଖି ବଜେଟ ଅଧିବେଶନ ପୂର୍ବରୁ ଶକ୍ତିପରୀକ୍ଷା କରାଇବାକୁ ଆଦେଶ ଦେଇଥିଲେ । 

ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଜ୍ୟୋଜିରାଦିତ୍ୟ ସିନ୍ଧିଆ ପାର୍ଟି ଛାଡ଼ିବା ଓ ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ କମଳନାଥ ସରକାର ସଂକଟରେ ପଡ଼ିଯାଇଛି । ସାରା ଘଟଣାକ୍ରମରୁ ସ୍ପଷ୍ଟ ହେଉଛି ଯେ କମଳନାଥ ସୋମବାର ଶକ୍ତିପରୀକ୍ଷା ଟାଲିବାକୁ ଚାହୁଁଛନ୍ତି । 

 

  • Tags: