Home > ରାଜନୀତି
ମଧ୍ୟପ୍ରଦେଶ: କାଲି ଶକ୍ତିପରୀକ୍ଷା, କମଲ ନାଥଙ୍କୁ ଦରକାର ବହୁମତ, ବିଜେପିର ବଡ଼ ଆଶା
Khabar Odisha:Politics-Madhya-Pradesh-governor-orders-floor-test-on-March-15-2020-Kamalnath-have-to-prove-majority

ଭୋପାଳ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂକଟରେ ଫସିଯାଇଛି । ଏହାରି ମଧ୍ୟରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ମାର୍ଚ୍ଚ ୧୬ ଅର୍ଥାତ ସୋମବାର ବିଧାନସଭାରେ ଶକ୍ତିପରୀକ୍ଷା ଦେବା ପାଇଁ ରାଜ୍ୟସରକାରଙ୍କୁ ଆଦେଶ ଦେଇଛନ୍ତି । କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ କମଲ ନାଥ ସରକାର ପାଇଁ ସଂକଟ ବଢ଼ିଯାଇଛି । ଭାରତୀୟ ଜନତା ପାର୍ଟି ଶକ୍ତିପରୀକ୍ଷା ପାଇଁ ଦୃଢ଼ ସ୍ଥିତିରେ ଅଛି । ସୋମବାର ମଧ୍ୟପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ରାଜ୍ୟପାଳ ଅଭିଭାଷଣ ଦେବା ପୂର୍ବରୁ ଗୃହରେ ଶକ୍ତିପରୀକ୍ଷା କରାଯିବ ।  

ମଧ୍ୟପ୍ରଦେଶରେ ବିଜେପି ଦୃଢ଼ତାର ସହିତ ଦେଖିବାକୁ ମିଳିଛି । ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଗୋପାଳ ଭାର୍ଗବ ଓ ଡ. ନରୋତ୍ତମ ମିଶ୍ର ସବୁ ଘଟଣା ଉପରେ ନଜର ରଖିଛନ୍ତି । ବିଜେପି ପୂର୍ବରୁ ହିଁ ଚାହିଁଛି ଯେ, ବିଧାନସଭାରେ ଶକ୍ତିପରୀକ୍ଷା ହେଉ ।   

ଯେଉଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଇସ୍ତଫା ଦେଇଛନ୍ତି, ସରକାର ଯଦି ଏହାକୁ ଗ୍ରହଣ କରିବେ, ତାହେଲେ ସେମାନଙ୍କର ବିଧାୟକ ପଦ ଚାଲିଯିବ ଏବଂ ଏଭଳି ସ୍ଥିତିରେ ସରକାରଙ୍କ ପାଖରେ ୯୯ ଜଣ ବିଧାୟକ ରହିବେ । ବର୍ତ୍ତମାନ ଯାଏଁ ବାଚସ୍ପତି ୬ ଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଏଥିପାଇଁ ସରକାରଙ୍କ ନିକଟରେ ୧୧୫ ଜଣ ବିଧାୟକ ଅଛନ୍ତି । ସମସ୍ତଙ୍କ ଇସ୍ତଫା ଗ୍ରହଣ କରିବା ପରେ ବିଧାନସଭାରେ ବହୁମତ ସଂଖ୍ୟା ୧୦୪ ଅତିକ୍ରମ କରିବ । ଏହା ହେଲେ ବିଜେପି ହୁଇପ ଜାରି କରି ଶକ୍ତିପରୀକ୍ଷାରେ ବାଜି ମ।ରିପାରେ । 

 

  • Tags: