Home > ରାଜନୀତି
ଆସନ୍ତାକାଲି ମହାରାଷ୍ଟ୍ର-ହରିୟାଣା ନିର୍ବାଚନ: ଉଭୟ ରାଜ୍ୟରେ ବିଜେପିର ପ୍ରଭାବ ଅଧିକ
Khabar Odisha:Politics-Maharashtra-Haryana-assembly-elections-campaign-ends-BJP-could-take-lead

ନୂଆଦିଲ୍ଲୀ, ଅକ୍ଟୋବର ୨୦ (ଖବର ଓଡ଼ିଶା): ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ସହିତ କିଛି ରାଜ୍ୟର ଉପ-ନିର୍ବାଚନ ପାଇଁ ଅକ୍ଟୋବର ୨୧ରେ ହେବାକୁ ଥିବା ମତଦାନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରଭାବ ଅଧିକ ଦେଖାଯାଉଛି । ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଯୋଜର ଦାର ପ୍ରଚାର କରିଛି ଏବଂ ଉଭୟ ରାଜ୍ୟରେ ଦଳ ପୁଣି ଥରେ କ୍ଷମତାକୁ ଆସିବାର ଅଧିକ ସମ୍ଭାବନା ଦେଖାଯାଉଛି । ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ମୋଦୀ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ନେଇ ମୋଦୀ ଭୀମରାଓ ଆମ୍ବେଦକରଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି, ଆମ୍ବେଦକର ଏହାକୁ ଅସ୍ଥାୟୀ ରୂପେ ଲାଗୁ କରିଥିଲେ କିନ୍ତୁ କଂଗ୍ରେସ ୭୦ ବର୍ଷ ମଧ୍ୟରେ କିଛି କରିପାରି ନ ଥିଲା । 

ପ୍ରଧାନମନ୍ତ୍ରୀ ମୋଦୀ ହରିୟାଣାରେ ନିର୍ବାଚନୀ ପ୍ରଚାର କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର କରିଛନ୍ତି ।  ଅମିତ ଶାହା କହିଛନ୍ତି, ଚଳିତ ବର୍ଷ ମେ’ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଥମେ ଧାରା ୩୭୦ ଉଚ୍ଛେଦ କରିଛନ୍ତି । 

ଅମିତ ଶାହା ନିର୍ବାଚନ ପ୍ରଚାର ସମୟରେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତାଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି, କ’ଣ ତାଙ୍କ ପାଖରେ ସାହସ ଅଛି ଯେ, ସେ କ୍ଷମତାକୁ ଆସିବା ପରେ ପୁଣି ଥରେ ୩୭୦ ଲାଗୁ କରିପାରିବେ । ଆଦିବାସୀ ଅଧୁୁ୍ୟଷିତ ଜିଲ୍ଲା ନନ୍ଦୁରବାରରେ ଶାହା କହିଛନ୍ତି, ଧାରା ୩୭୦ ଯୋଗୁଁ ପାକିସ୍ତାନକୁ ସେଠାରେ ଆତଙ୍କବାଦୀ ବିସ୍ତାର କରିବାରେ ସାହାଯ୍ୟ ମିଳିଛି ଏବଂ ଏହି କାରଣରୁ ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଛି । 

  • Tags: