Home > ରାଜନୀତି
ଏନସିପିକୁ କଂଗ୍ରେସରେ ବିଳୟ କରାଯିବା ଦରକାର: କଂଗ୍ରେସ ନେତା ସୁଶୀଲ କୁମାର ସିଂଧେ
Khabar Odisha:Politics-Maharashtra-assembly-elections-2019-NCP-should-merge-in-congress-says-Sushil-Kumar-Shinde

ନୂଆଦିଲ୍ଲୀ, ଅକ୍ଟୋବର ୦୯ (ଖବର ଓଡ଼ିଶା): କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ସିଂଧେ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଉଭୟ କଂଗ୍ରେସ ଓ ଏନସିପି ଥିକି ପଡ଼ିଲେଣି । ଏବେ କଂଗେସ-ଏନସିପି ଗୋଟିଏ ଦଳରେ ବିଳୟ ହୋଇଯିବା ଦରକାର । ସୋନଲାପୁରର କଂଗ୍ରେସ ଏନସିପି ପ୍ରଚାର ସମୟରେ ସେ ଏହି ବୟାନ ଦେଇଛନ୍ତି । ଏନସିପିର ଯତ୍ନରେ କଂଗ୍ରେସ ବଢ଼ିଛି । ଆମେ ୨ ପାର୍ଟି ଏକ ମା’ର କୋଳରେ ବଢ଼ିଛୁ । ଇନ୍ଦିରା ଗାନ୍ଧୀ ଓ ଯଶବନ୍ତ ରାଓ ଚୌହାଣଙ୍କ ନେତୃତ୍ୱରେ ଆମେ କାମ କରିଛେ । ଯେଉଁ ଲକ୍ଷ୍ୟ ନେଇ ଏନସିପି ପ୍ରତିଷ୍ଠା ହୋଇଥିଲା, ତାହା ଏବେ ସେହି ଲକ୍ଷ୍ୟରେ ନାହିଁ । ଏହା ଦେଖି ଆମକୁ ଦୁଃଖ ଲାଗୁଛି ବୋଲି ଶ୍ରୀ ସିଂଧେ କହିଛନ୍ତି ।  

ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ନ ନେଇ ସିଂଧେ କହିଛନ୍ତି, ସମୟ ଆସିଲେ ଏହା କରି ଦେଖାଇବୁ । ଏବେ ଉଭୟ ପାର୍ଟି ଏକ ହୋଇଯିବା ଦରକାର । ଏନସିପିର ସୋଲାପୁର ପ୍ରାର୍ଥୀ ମନୋହର ସପାଟେଭ୍କ ପ୍ରଚାର ଶୁଭାରମ୍ଭ କରିବା ଅବସରରେ ସିଂଧେ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ସମୟରେ ସେ ଏନସିପିକୁ କଂଗ୍ରେସରେ ବିଲିନ ହୋଇଯିବାକୁ ପରାମର୍ଶ ଦେଇଥିଲେ ।  

ସୂଚନାଯୋଗ୍ୟ ଚଳିତ ବର୍ଷ ସାଧାରଣ ନିର୍ବାଚନ ପରେ ଆଲୋଚନା ହେଉଥିଲା ଯେ, ଏନସିପି ଓ କଂଗ୍ରେସ ଏକତା ସୂତ୍ରରେ ବାନ୍ଧି ହୋଇଯିବେ । କୁହାଯାଉଛି ଯେ, ଏନସିପି ପ୍ରମୁଖ ଶରଦ ପାୱାର ନିଜର ପାର୍ଟିକୁ କଂଗ୍ରେସରେ ବିଳୟ କରି ନାହାନ୍ତି । ଏନସିପି ବଳରେ ସେ ବିଧାନସଭା ନିର୍ବାଚନ ଲଢୁଛନ୍ତି । ମାତ୍ର ଉଭୟ କଂଗ୍ରେସ-ଏନସିପି ପାର୍ଟି ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି । ଗତ ବର୍ଷ ମହାରାଷ୍ଟ୍ରରେ କଂଗ୍ରେସ ଦୁର୍ବଳ ଥିଲା । ସେହିଭଳି ଏନସିପିକୁ ଅତିକ୍ରମ କରି ଆହୁରି ବଡ଼ ଦଳ ଅଛନ୍ତି । ମହାରାଷ୍ଟ୍ରରେ ଚଳିତ ମାସ ୨୧ ତାରିଖରେ ମତଦାନ ହୋଇ ୨୪ରେ ଫଳାଫଳ ପ୍ରକାଶ ପାଇବ । କଂଗ୍ରେସ-ଏନସିପି ମେଣ୍ଟ ୧୨୫-୧୨୫ ଆସନରେ ନିର୍ବାଚନ ଲଢୁଛନ୍ତି ।  

  • Tags: