Home > ରାଜନୀତି
ଆଧାରକୁ ବିରୋଧ କରୁଥିବା ବିଜେଡି ଏବେ ମତ ବଦଳାଇଲା କିପରି, ଏହା ପଛରେ ଷଡ଼ଯନ୍ତ୍ର ଥିଲେ ବିଜେପି ବିରୋଧ କରିବ
Khabar Odisha:Politics-Odisha-BJP-Targets-against-BJD-for-Adhar-Connection-in-Sadasyata-Abhijan
ଭୁବନେଶ୍ୱର, ସେପ୍ଟେମ୍ବର ୦୨(ଖବର ଓଡ଼ିଶା):

ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ଆଜି ଠାରୁ ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ କରିଛି କିନ୍ତୁ ବିଜେଡି ଏହି ଅଭିଯାନରେ ଆଧାର ସଂଯୋଗ କରିବା ପ୍ରସଙ୍ଗକୁ କଟାକ୍ଷ କରିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି ।

ରାଜ୍ୟରେ ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଅଧିକ ଜୋର ଦେଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଦସ୍ୟ ଗହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଆଜି ଠାରୁ ବିଜେଡିି ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୨ଯାଏଁ ଚାଲିବ  ।  ପୂର୍ବରୁ ଆଧାର ସଂଯୋଗକୁ ବିରୋଧ କରୁଥିବା ବିଜେଡି ଏବେ ମତ କିପରି ବଦଳାଇଲାଇଛି ।  ଏହା ପଛରେ କିଛି ଷଡ଼ଯନ୍ତ୍ର ଥିଲେ ବିଜେପି ଏହକୁ ବିରୋଧ କରିବ ବୋଲି ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି ।