Home > ରାଜନୀତି
ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିଲେ କାହିଁକି, ୨୧ରେ ଏହାର ଉତ୍ତର ଦେବେ ବିଜେପୁରବାସୀ
Khabar Odisha:Politics-Odisha-Bijepur-Bypoll-Dharmendra-pradhan-targets-Cm-Naveen-Pattnaik
ଭୁବନେଶ୍ୱର, ଅକ୍ଟୋବର ୧୮(ଖବର ଓଡ଼ିଶା):

ବରଗଡ଼ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ । ଏଥିପାଇଁ ଆଜି ପ୍ରମୁଖ ତିନି ରାଜନୈତିକ ଦଳର ଷ୍ଟାର ପ୍ରଚାରକ ବୁଲି ଭୋଟ ଭିକ୍ଷା କରୁଛନ୍ତି । ସବୁ ଦଳ ବିଜେପୁର ଆସନ ହାତେଇବାକୁ ଜୋରସୋରରେ ଲାଗ ପଡ଼ିିଛନ୍ତି । ଏହାରି ମଧ୍ୟରେ ବିଜେପୁର ଉପନିର୍ବାଚନ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି । ପଶ୍ଚିମ ଓଡ଼ିଶାର ବିକାଶ ହେବ କହି ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲେ, ସେ ବିଜେପୁର କାହିଁକି ଛାଡ଼ି ଚାଲିଗଲେ । 

ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଧରି ହେଭିୱେଟନେତା ମାନେ ପ୍ରଚାର କରୁଛନ୍ତି। ଏହି ମଧ୍ୟରେ ଆଜି ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିରୁ ଖୋଦ୍ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ପସନ୍ନ ଆଚାର୍ଯ୍ୟଙ୍କୁ ପ୍ରଶ୍ନ କରିଛନ୍ତି ଯେ,  ବିଜେପୁରବାସୀଙ୍କ ଉପରେ କାହିଁକି ଉପନିର୍ବାଚନ ଲଦି ଦିଆଗଲା । ପଶ୍ଚିମ ଓଡ଼ିଶାର ବିକାଶ ହେବ କହି ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲେ, ସେ ବିଜେପୁର କାହିଁକି ଛାଡ଼ି ଚାଲିଗଲେ । 

ଏହା ସହ ସେ କହିଛନ୍ତି ଯେ , ଏହି ପ୍ରଶ୍ନର ଉତ୍ତର ପ୍ରସନ୍ନ ଆଚାର୍ଯ୍ୟ ଦେଲେ ନାହିଁ କିନ୍ତୁ ବିଜେପୁରବାସୀ ଆସନ୍ତା ୨୧ରେ ନିଶ୍ଚିତ ଦେବେ । କଂଗ୍ରେସ ଓଡ଼ିଶାରେ ନାହିଁ ବିଜେଡିର ବି ଟିମ ଭାବେ କାମ କରୁଛି । ବିଜେପୁରରେ ସତ ଓ ମିଛର ଲଡେଇ ହେବ । ଏଥିରେ ସତର ବିଜୟ ହେବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

  • Tags: