Home > ରାଜନୀତି
ବିଜେପୁର ଫାଇଟ, କୈାଣସି ଦଳର ଷ୍ଟାର ପ୍ରଚାରକଙ୍କ ପ୍ରଭାବ ପଡ଼ିବନି, ବିଜେଡି ନିଶ୍ଚିତ ଜିତିବ: ପଦ୍ମନାଭ ବେହେରା
Khabar Odisha:Politics-Odisha-Bijepur-bypoll-Padmanav-Behera-said-BJD-will-deefinitly-win
ଭୁବନେଶ୍ୱର, ଅକ୍ଟୋବର ୦୬(ଖବର ଓଡ଼ିଶା):

ବିଜେପୁର ରଣକ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ନିର୍ବାଚନ ଜିତିବା ପାଇଁ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ଷ୍ଟାର ପ୍ରଚାରକ ମାନେ ମଧ୍ୟ ମଇଦାନକୁ ଓହ୍ଲାଇବେ । କିନ୍ତୁ ବିଜେପୁରରେ ଯେତେ ହେବିୱେଟ ନେତା ଆସନ୍ତୁ ନା କାହିଁକି ବିଜେଡି ନିଶ୍ଚିତ ଭାବେ ବିଜୟୀ ହେବ ବୋଲି ଦୃଢକ୍ତିର ସହ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । 

ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ । ୨୪ରେ ଫଳାଫଳ ଆସିବ । ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି । ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତିକି ଭୋଟ ପାଇ ଜିତିଥିଲେ ଏଥର ବିଜେଡି ତା ଠାରୁ ଅଧିକ ଭୋଟ ପାଇବ ବୋଲି କହିଛନ୍ତି । ବିଜେପି ଓ କଂଗ୍ରେସରଯେତେ ଷ୍ଟାର ପ୍ରଚାରକ ଆସିଲେ ମଧ୍ୟ ବିଜେଡି କିଛି ଫରକ ପଡ଼ିବନି । ବିଜେପୁର ପ୍ରାର୍ଥୀ ରୀତା ସାହୁ ଆଶାତୀତ ଭୋଟ ପାଇ ଜିତିବେ ଓ ଜନ ସମର୍ଥନ ବିଜେଡି ସହ ଅଛି ବୋଲି ସେ କହିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । କିନ୍ତୁ ସେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡ଼ିବା ପରେ ଏହି ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା ।

  • Tags: