Home > ରାଜନୀତି
ପୁରୀ ଉଚ୍ଛେଦ ପ୍ରସଙ୍ଗରେ ବିଜୟଙ୍କ ବିଷୋଦଗାର, କହିଲେ ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର ପାଲଟିଲାଣି
Khabar Odisha:Politics-Odisha-Srikhetra-turned-Into-kurukhetra-said-by-Bijay-Mahapatra
ଭୁବନେଶ୍ୱର, ସେପ୍ଟେମ୍ବର ୦୪(ଖବର ଓଡ଼ିଶା):

ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାର୍ଯ୍ୟକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଶ୍ରୀକ୍ଷେତ୍ର କୁରୁକ୍ଷେତ୍ର ପାଲଟିଥିବା କହି ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।

ପୁରୀ ଶ୍ରୀମନ୍ଦିରକୁ ସୈାନ୍ଦର୍ଯ୍ୟକରଣ ଓ ନିରାପତ୍ତା ପାଇଁ ଜାରି ରହିଥିବା ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏହାକୁ ବିରୋଧ କରି ଏହା ସରକାରଙ୍କ ଦିଗହରା ନିଷ୍ପତି ବୋଲି ନିନ୍ଦା କରିଛନ୍ତି ।ଏହା ସହ ସେ କହିଛନ୍ତି ଯେ ୭ଦିନ ହେବ ଶ୍ରୀକ୍ଷେତ୍ର କୁରୁକ୍ଷେତ୍ର ପାଲଟିଗଲାଣି । ଏପରି କରିବା ସରକାରଙ୍କ ସାମ୍ବିଧାନିକ ଓ ମୈାଳିକ ଅଧିକାର ନାହିଁ । ଡୋଜର ଲଗାଇ, ବ୍ୟାପକ ଫୋର୍ସ ଲଗାଇ ଶ୍ରୀକ୍ଷେତ୍ରକୁ ରଣକ୍ଷେତ୍ର କରିଛନ୍ତି । ୫୦ ପ୍ଲାଟୁନ ଫୋର୍ସ, ୨୨ବୁଲଡୋଜର ଆଦିରେ ଶ୍ରୀମନ୍ଦିର ପରିସର ଆତଙ୍କବାଦୀଙ୍କ ଶିବିର ଭଳି ଲାଗୁଛି । ବିପି ଦାସ କମଶନଙ୍କ ସୁପାରିଶରେ ଯଦି କରୁଥିବେ ତେବେ ଏହା ବେଆଇନ । କାରଣ ବିପି. ଦାସ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି ଏଯାଏଁ ଚୂଡ଼ାନ୍ତ ହୋଇନାହିଁ । ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ତାଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇନି ।

ରାଜ୍ୟ ସରକାର ଶ୍ରୀମନ୍ଦିର ନବକଳେବର ବେଳେ ୫ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ପ୍ରକୃତରେ ୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବଡ଼ଦାଣ୍ଡ ଆଜି ଭାସୁ ନଥାନ୍ତା । ଏହା ସହ ସେ କହିଛନ୍ତି ଯେ, ଯେଉଁଠି ମୋଟା ଅନୁଦାନ ଥାଏ ସେଇଠି ଲୁଟ ପାଇଁ ବାଟ କରାଯାଏ । ଲୋକଙ୍କୁ ତ୍ୟାଗ କରିବାକୁ କହି ସବୁ ଲୁଟିବେ, ବର୍ତ୍ତମାନ ଏସବୁ ଚଳିବ ନାହିଁ ।

  • Tags: