Home > ରାଜନୀତି
ପୁଲୱାମା ଭଳି ଆକ୍ରମଣ ମହାରାଷ୍ଟ୍ର ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆଣିପାରିବ: ପାୱାର
Khabar Odisha:Politics-Only-Pulwama-attack-like-incident-can-change-peoples-mood-in-Maharashtra-says-Sharad-Pawar

ଔରଙ୍ଗାବାଦ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ଏଥିପାଇଁ ଜୋରଦାର ପ୍ରସ୍ତୁତ କରୁଛନ୍ତି । ଏହାରି ମଧ୍ୟରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ସମ୍ଭାବିତ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ପୁଲୱାମା ଭଳି ଆକ୍ରମଣ ହେଲେ ମହାରାଷ୍ଟ୍ର ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିବ । ସେ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ରାଜନୈତିକ ଚିତ୍ର ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମୁଳନୀରେ ପାୱାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୁଲୱାମା ଭଳି ଆକ୍ରମଣ ହେଲେ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିବ । 

ପାୱାର କହିଛନ୍ତି, ଫେବୃୟାରୀରେ ସଂଘଟିତ ପୁଲୱାମା ଆକ୍ରମଣ ସଂପର୍କରେ ସେ ଯେତେବେଳେ ଯାଞ୍ଚ କରିଥିଲେ, ଏଥିରେ ପାକିସ୍ତାନର ଷଡ଼ଯନ୍ତ୍ର ଥିଲା ବୋଲି ଜାଣିବାକୁ ପାଇଥିଲେ । ମୁଁ ପ୍ରତିରକ୍ଷା ବିଭାଗରେ କାମ କରିଛି । ମୁଁ ଯେତେବେଳେ କିଛି ଅଧିକାରୀଙ୍କୁ ପଚାରିଥିଲି, ପାକିସ୍ତାନ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରିଥିଲି ।

ଆତଙ୍କବାଦୀଙ୍କ ଆକ୍ରମଣରେ ପୁଲୱାମାରେ ୪୦ ଜଣ ପାରାମିଲିଟାରି ଯବାନ ସହିତ ହୋଇଥିଲେ । ଏହା ପରେ ମୋଦୀ ସରକାର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲେ । ଏହି ଏୟାର ଷ୍ଟ୍ରାଇକ ଯୋଗୁଁ ମୋଦୀ ସରକାର ଲୋକପ୍ରିୟ ହୋଇପାରିଥିଲା । ମାତ୍ର ମୋଦୀଙ୍କ ଲୋକପ୍ରିୟତା ମହାରାଷ୍ଟ୍ରରେ କାମ କରିବା ନାହିଁ ବୋଲି ପାୱାର କହିଛନ୍ତି । ସେ କହିଛନ୍ତି ଯେ, ଲୋକେ ଦେବେନ୍ଦ୍ର ଫଡଣବୀସ ସରକାରରେ ସନ୍ତୁଷ୍ଟ ନାହାନ୍ତି । ଫଡନବୀସ ସରକାର ଆସିବା ପରେ ମହାରାଷ୍ଟ୍ରର ବିକାଶ ହୋଇପାରି ନାହିଁ ବୋଲି ପାୱାର କହିଛନ୍ତି । 

 

  • Tags: