Home > ରାଜନୀତି
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ୯ ଜନସଭା
Khabar Odisha:Politics-PM-Modi-and-Amit-Shah-to-address-9-public-meetings-and-rallies-during-Maharashtra-polls

ପୁଣେ, ଅକ୍ଟୋବର ୦୭ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ଆଗାମୀ ୨୧ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ଟି ଜନସଭାକୁ ସମ୍ବୋଧିତ କରିବେ । ସେହିଭଳି ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହା ମୋଟ ୧୮ ରାଲି ଓ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଲୋକସଭା ନିର୍ବାଚନ ପରେ ବିଜେପିର ମେଣ୍ଟର ଏହା ହେଉଛି ପ୍ରଥମ ନିର୍ବାଚନୀ ପରୀକ୍ଷା । 

ଏସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହା ଉଭୟ ୧୮ଟି ଜନସଭା କରିବେ । ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବାକୁ ଉଦ୍ୟମ କରିଛି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ଟି ଜନସଭାକୁ ସମ୍ବୋଧନ କରିବେ । ଏଥିରେ ସେ ଅକ୍ଟୋବର ୧୭ରେ ପୁନେ ଓ ସତାରା ସାମିଲ ରହିଛି । 

ସୂଚନାଯୋଗ୍ୟ ପାଟିଲ ନିଜେ ପୁନେ ସହରର କୋଥ୍ରୁଦ ଆସନରୁ ନିର୍ବାଚନ ଲଢୁଛନ୍ତି । ସେହିଭଳି ସତାରା ଲୋକସଭା ଆସନରେ ଲୋକସଭା ଆସନ ପାଇଁ ହେଉଥିବା ଉପ-ନିର୍ବାଚନରେ ଏନସିପି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଛତ୍ରପତି ଶିବାଜୀଙ୍କ ବଂଶଜ ଉଦୟନରାଜେ ଭୋସଲେ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । ପାଟିଲ କହିଛନ୍ତି, ଶାହାଙ୍କ ଅନେକ ରାଲି କଂଗ୍ରେସ ଓ ଏନସିପି ଗଡରେ ହେବ ।

ହରିୟାଣାରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧୪ରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରିବେ । ଏହି ସମୟରେ ୪ଟି ରାଲି ହେବ । ସୂଚନାଯୋଗ୍ୟ ହରିୟାଣା ଓ ମହାରାଷ୍ଟ୍ରରେ ଅକ୍ଟୋବର ୨୧ରେ ନିର୍ମାଚନ ହେବ ଏବଂ ଫଳାଫଳ ୨୪ ତାରିଖରେ ଆସିବ । 

  • Tags: