Home > ରାଜନୀତି
ଉଦ୍ଧବ ଠାକରେ କହିଲେ- ବିଜେପି-ଶିବସେନା ମେଣ୍ଟ ବାସ୍ତବିକ, ବିଏସପି-ସପା ଭଳି ନୁହେଁ
Khabar Odisha:Politics-If-not-the-BJP-then-should-i-have-gone-with-the-congress-who-opposed-nullification-of-article-370-says-Uuddhav-Thackeray

ମୁମ୍ବାଇ, ଅକ୍ଟୋବର ୦୯ (ଖବର ଓଡ଼ିଶା): ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, କ’ଣ ଶିବସେନାକୁ ଭାରତୀୟ ଜନତା ପାର୍ଟି ବଦଳରେ କଂଗ୍ରେସକୁ ସମର୍ଥନ କରିବାର ଥିଲା, ଯିଏକି ଧାରା ୩୭୦କୁ ଉଚ୍ଛେଦ ଓ ରାଜଦ୍ରୋହ ଆଇନକୁ ବିରୋଧ କରୁଥିଲା । ଏହା ସମ୍ବୋଧନ ମାଧ୍ୟମରେ ଶିବସେନା ମୁଖ୍ୟ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଶିବସେନାକୁ ଆଘାତ ଦେବା ଭଳି କାମ ନକରାଯାଉ । ଠାକରେ ମଙ୍ଗଳବାର ସନ୍ଧ୍ୟାରେ ଶିବସେନାର ପାରଂପରିକ ବାର୍ଷିକ ଦଶହରା ରାଲିକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ।

ଉଦ୍ଧବ ଠାକରେ ରାମ ମନ୍ଦିର ପ୍ରସଙ୍ଗରେ କହିଛନ୍ତି, ସରକାରଙ୍କ ଆଗାମୀ ଏଜେଣ୍ଡା ରାମ ମନ୍ଦିର ନିର୍ମାଣ ଓ ସମାନ ନାଗରିକ ସଂହିତାକୁ ଆଣିବ । ଉଦ୍ଧବ ଠାକରେ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ମଧ୍ୟ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବିଜେପିକୁ ଯଦି ଆମେ ସମର୍ଥନ କରି ନ ଥାନ୍ତୁ, କ’ଣ କଂଗ୍ରେସକୁ ସମର୍ଥନ କରିଥାନ୍ତୁ? କଂଗ୍ରେସ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିଲା ।  

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ବିଜେପି-ଶିବସେନା ମେଣ୍ଟ ବାସ୍ତବିକ ଅଟେ । ଏହା ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବିଏସପି) ଭଳି ମେଣ୍ଟ ନୁହେଁ, ଯିଏକି କ୍ଷମତା ପାଇବା ପାଇଁ ମେଣ୍ଟ କରିଥିଲେ । ଲୋକମାନେ ଏହାକୁ ଗ୍ରହଣ କରି ନାହାନ୍ତି । ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେ କହିଛନ୍ତି ଶିବସୈନିକଙ୍କୁ ଆଘତ ନ ଦିଆଯାଉ । ସେ କହିଛନ୍ତି, ଧନଗର ଜାତିଙ୍କ ପାଇଁ ସଂରକ୍ଷଣ ଦିଆଯିବ । ଠାକରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  

  • Tags: