Home > ରାଜନୀତି
ରାହୁଲଙ୍କ ମନା କରିବା ପରେ ମଧ୍ୟ ‘ଗାନ୍ଧୀ’ଙ୍କୁ ମିଳିଲା କଂଗ୍ରେସ ଅଧ୍ୟକ୍ଷ ପଦ, କାରଣ ଏମିତି
Khabar Odisha:Politics-Sonia-Gandhi-to-be-interim-congress-president-despite-Rahul-Gandhi-objection-on-Gandhi-family

ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ପ୍ରାୟ ଅଢ଼େଇ ମାସର ଅଙ୍କ କଷାଯିବା ପରେ ଶେଷରେ କଂଗ୍ରେସକୁ ଅଧ୍ୟକ୍ଷ ମିଳିଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶନିବାର ରାତି ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସୋନିଆଙ୍କ ନିଯୁକ୍ତିକୁ ନେଇ ଏବେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ରାହୁଲ ଗାନ୍ଧୀ ନିଜର ପଦ ଛାଡ଼ିବା ବେଳେ କହିଥିଲେ ଯେ, ଏଥର ଗାନ୍ଧୀ-ନେହରୁ ପରିବାରରୁ କୌଣସି ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଯିବ ନାହିଁ । ମାତ୍ର ରାହୁଲଙ୍କ ବୟାନ ମିଛ ପ୍ରମାଣିତ ହୋଇଛି । ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଏହି ଗୁରୁଦାୟିତ୍ୱ ମିଳିଛି ।

ଏବାବଦରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି, କଂଗ୍ରେସ ବହୁ ଦିନ ଧରି ଏହି ପଦ ପୂରଣ କରିବାକୁ ଉଦ୍ୟମ କରିଛି । ନିଜର କୋଟି କୋଟି କର୍ମକର୍ତ୍ତାଙ୍କୁ ପରାମର୍ଶ ମାଗିଛି । ବିଧାୟକ ଦଳର ନେତାଙ୍କ ସହିତ ଆଲୋଚନା କରିଛି । ସେହିଭଳି ପାର୍ଟି ସଚିବ ଓ ମହାସଚିବଙ୍କୁ ମଧ୍ୟ ବୁଝିଛି । ଏହା ପରେ ମଧ୍ୟ ପ୍ରସ୍ତାବ ଆସିଥିଲା ଯେ, ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ।  ମାତ୍ର ରାହୁଲ ଏହାକୁ ସ୍ୱୀକାର କରି ନାହାନ୍ତି । ସେ ବିନମ୍ରତାର ସହିତ କଂଗ୍ରେସ ଅଧ୍ୟକ୍ଷ ପଦରେ ନ ରହିବାକୁ ନିଜର ମତ ଦେଇଛନ୍ତି । ଏଭଳି ସ୍ଥିତିରେ ଦଳ ଉପାୟ ଶୂନ୍ୟ ହୋଇ ଏକ ବଳିଷ୍ଠ ନେତୃତ୍ୱ ଖୋଜିଛି । ଶେଷରେ କଂଗ୍ରେସ ସୋନିଆଙ୍କୁ ହିଁ ବିକଳ୍ପ ଭାବରେ ଦେଖିଛି । 

ସୁରଜେୱାଲା କହିଛନ୍ତି, ସୋନିଆ ଗାନ୍ଧୀ ଜଣେ ଏଭଳି ନେତ୍ରୀ, ଯିଏ କି ପାର୍ଟିର ନେତୃତ୍ୱ ସଫଳତାର ସହିତ ତୁଲାଇ ପାରିବେ । ସେଥିପାଇଁ ତାଙ୍କୁ ଚୟନ କରାଯାଇଛି । ଯେତେଦିନ ଯାଏଁ କଂଗ୍ରେସ ନିଜର ନୂତନ ଅଧ୍ୟକ୍ଷ ଚୟନ ନ କରିଛି, ସେତେଦିନ ଯାଏଁ ସୋନିଆ ଏହି ଦାୟିତ୍ୱ ତୁଲାଇବେ । 

   

 

  • Tags: