Home > ରାଜନୀତି
ବିଜେଡିର ମିଡ଼ିଆ ଲିଷ୍ଟ ପୁନର୍ଗଠିତ: ସସ୍ମିତ ପାତ୍ର ହେଲେ ବିଜେଡିର ଗଣମାଧ୍ୟମ ସଂଯୋଜକ
Khabar Odisha:Politics-State-Odisha-BJD-Media-List-declared
ଭୁବନେଶ୍ୱର, ସେପ୍ଟେମ୍ବର ୦୪(ଖବର ଓଡ଼ିଶା):

ରାଜ୍ୟରେ ବିପୁଳ ଅସନରେ ବିଜୟୀ ହୋଇଥିବା ବିଜୁ ଜନତା ଦଳର ମିଡ଼ିଆ ଲିଷ୍ଟ ପୁନର୍ଗଠିତ କରାଯାଇଛି । ଏଥିରେ ସମୀର ପାତ୍ର ବିଜେଡି ଦଳର ଗଣମାଧ୍ୟମ ସଂଯୋଜକ ହୋଇଛନ୍ତି ।

ବିଜେଡି ନିଜ ଦଳର କାର୍ଯ୍ୟ ସୁଚାରୁ ରୂପେ ସଂପାଦନ ପାଇଁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଡ଼ିଆ ଲିଷ୍ଟ ପୁନଃଗଠନ କରିଛନ୍ତି । ଏଥିରେ ପୂର୍ବରୁ ଥିବା ସଦସ୍ୟଙ୍କ ନାମ ତାଲିକାରେ କିଛି ପରିବର୍ତ୍ତନ କରାଯାଇଛି । ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ ବରିଷ୍ଠ ନେତା ଜାତୀୟ ମୁଖପାତ୍ର ହୋଇଛନ୍ତି । ପ୍ରତାପ ଦେବଙ୍କ ସମେତ ୧୪ ଜଣ ବିଜେଡି ମୁଖପାତ୍ର ନିଯୁକ୍ତ, ମିହିର ମହାନ୍ତିଙ୍କ ସମେତ ୧୦ ଜଣ ମିଡିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ପାଇଛନ୍ତି ।

  • Tags: