Home > ରାଜନୀତି
ଯାଦବପୁର ବିଶ୍ୱବିଦ୍ୟାଳୟ ପରିସର ରାଷ୍ଟ୍ରବିରୋଧୀ ଓ ବାମପନ୍ଥୀଙ୍କ ଆଡ୍ଡାସ୍ଥଳ ହୋଇଛି: ବିଜେପି
Khabar Odisha:Politics-Surgical-strike-needed-to-destroy-JU-hub-of-anti-nationals-TMC-waiting-to-get-Supriyo-killed-says-BJP

କୋଲକାତା, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଛାତ୍ର ସଂଗଠନ ଦ୍ୱାରା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ କରାଯାଇଥିବା ଆକ୍ରମଣ ପରେ ବିଜେପି ନିଜର ପ୍ରତିକ୍ରିୟା ରଖିଛି । ବିଜେପି କହିଛି ଯେ, ଯାଦବପୁର ବିଶ୍ୱବିଦ୍ୟାଳୟ ପରିସର ରାଷ୍ଟ୍ରବିରୋଧୀ ଗତିବିଧି ଓ ବାମପନ୍ଥୀଙ୍କ ଆଡ୍ଡାସ୍ଥଳ ହୋଇଛି । ଏମାନଙ୍କ କ୍ୟାଡର ଭାଙ୍ଗିବା ପାଇଁ ବାଲାକୋଟ ଭଳି ‘ସର୍ଜିକାଲ ଷ୍ଟ୍ରାଇକ’ ହେବା ଦରକାର ।

ସୂଚନାଯୋଗ୍ୟ ଗୁରୁବାର ବାମପନ୍ଥୀ ଛାତ୍ର ସଂଗଠନ ମନ୍ତ୍ରୀ ସୁପ୍ରିୟୋଙ୍କ ସାର୍ଟ ଚିରି ଦେଇଥିଲେ ଏବଂ କେଶ ଟାଣିଥିଲେ । ପରେ ରାଜ୍ୟପାଳ ଜଗଦୀପ ଧନକଡ ଯାଦବପୁର ବିଶ୍ୱବିଦ୍ୟାଳୟ ପହଞ୍ଚି ମନ୍ତ୍ରୀଙ୍କୁ ନିଜ କାରରେ ନେଇଯାଇଥିଲେ । ଏହି ସମୟରେ ଉତ୍ତେଜିତ ଛାତ୍ରମାନେ ରାଜ୍ୟପାଳଙ୍କ କାରକୁ ଘେରିଥିଲେ ।

ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ତୃଣମୂଳ କଂଗ୍ରେସ ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଘର ଭିତରେ ହାତବାନ୍ଧି ରହିଛନ୍ତି । ଯାଦବପୁର ବିଶ୍ୱବିଦ୍ୟାଳୟରେ ଏତେ ବଡ଼ ଘଟଣା ଘଟିଗଲା ତଥାପି ରାଜ୍ୟ ସରକାର ଏବାବଦରେ କିଛି କହିପାରିଲେ ନି ବୋଲି ବିଜେପିର ବରିଷ୍ଠ ନେତା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି । ସରକାର ବାବୁଲ ସୁପ୍ରିୟୋଙ୍କ ହତ୍ୟାକୁ ଅପେକ୍ଷା କରିଥିଲେ । ସେ କହିଛନ୍ତି, ସଂପୂର୍ଣ୍ଣ ଘଟଣା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜଣାଇବେ । ଯାଦବପୁର ବିଶ୍ୱବିଦ୍ୟାଳୟ ପରିସର ସଂପୂର୍ଣ୍ଣ ରୂପେ ରାଷ୍ଟ୍ରବିରୋଧୀ ଓ କମ୍ୟୁନିଷ୍ଟ ଗତିବିଧିର କେନ୍ଦ୍ରଭାବେ ଗଢ଼ି ଉଠିଛି । ଏହା ପ୍ରଥମ ଘଟଣା ନୁହେଁ । ଯେଭଳି ଭାବେ ଆମର ସୁରକ୍ଷା ବଳ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ । ଆମର ଯବାନମାନେ ସର୍ଜିକାଲ ଷ୍ଟ୍ରାଇକ କରି ଯାଦବପୁର ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରବିରୋଧୀ ଆଡ୍ଡା ଉପରେ ଚଢ଼ାଉ କରିବା ଦରକାର । 

 

  • Tags: