Home > ରାଜନୀତି
ମହାରାଷ୍ଟ୍ର: ବେରୋଜଗାରଙ୍କୁ ମାସକୁ ୫୦୦୦ ଟଙ୍କା ଭତ୍ତା ଦେବାକୁ ପ୍ରତିଶୃତି ଦେଲା କଂଗ୍ରେସ
Khabar Odisha:Politics-Youth-congress-released-manifesto-for-Maharashtra-elections-promised-5000-monthly-allowance-to-unemployed

ମୁମ୍ବାଇ, ଅକ୍ଟୋବର ୦୬ (ଖବର ଓଡ଼ିଶା): ମହାରାଷ୍ଟ୍ର ଯୁବ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ନିଜର ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛି । ଏହି ଘୋଷଣା ପତ୍ରରେ ଯୁବକଙ୍କୁ ମାସକୁ ୫ ହଜାର ଟଙ୍କା ଭତ୍ତା ଓ ଚାକିରି କ୍ଷେତ୍ରରେ ସ୍ଥାନୀୟ ଯୁବକଙ୍କୁ ୮୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ପ୍ରତିଶୃତି ଦେଇଛି । 

ଯୁବ କଂଗ୍ରେସର ଏହି ଘୋଷଣାପତ୍ରରେ ମେଧାବୀ ସ୍ଥାନୀୟ ଛାତ୍ରଙ୍କୁ ବିଦେଶୀ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ସରକାରୀ ଛାତ୍ରବୃତ୍ତି ଦେବେ, ଶିକ୍ଷା ଋଣ ଛାଡ଼ କରିବା ଏବଂ ଦିବ୍ୟାଙ୍ଗ ଯୁବକଙ୍କୁ ନିଃଶୁଲ୍କ ଉଚ୍ଚ ଶିକ୍ଷା ଦେବାକୁ ମଧ୍ୟ କଂଗ୍ରେସ ପ୍ରତିଶୃତି ଦେଇଛି । ଘୋଷଣାପତ୍ରରେ କୁହାଯାଇଛି ଯେ, ଯଦି କଂଗ୍ରେସର ନେତୃତ୍ୱରେ ସରକାର ମହାରାଷ୍ଟ୍ରରେ କ୍ଷମତାକୁ ଆସେ, ତା’ହେଲେ ଉଚ୍ଚ ଶିକ୍ଷା ପାଇଁ ଚାଷୀଙ୍କ ସନ୍ତାନଙ୍କ ଦ୍ୱାରା ନିଆଯାଇଥିବା ଋଣ ଛାଡ଼ ହେବ । 

ମହାରାଷ୍ଟ୍ର ଯୁବ କଂଗ୍ରେସ ଅଧ୍ୟକ୍ଷ ସତ୍ୟଜିତ ତାମ୍ବେ କହିଛନ୍ତି, ବ୍ୟାକ ଅପ ମହାରାଷ୍ଟ୍ର, ଆକ୍ଟ ଟୁଡେ ଫର ୟୋର ଟୁମୋରୋ କାର୍ଯ୍ୟକ୍ରମ ମାଧ୍ୟମରେ ୩ କୋଟି ଯୁବକ ଯୋଡ଼ି ହୋଇଛନ୍ତି । ସେ କହିଛନ୍ତି, ଏଯାଏଁ ହଜାର ହଜାର ଯୁବକଙ୍କ ପରାମର୍ଶ, ବିଚାର, ରାୟ ଓ ସମାଧାନକୁ ବଛା ଯାଇଛି । ସେହିଭଳି ନିଜ ତରଫରୁ ଯୁବ ଘୋଷଣା ପତ୍ର ସାମିଲ କରାଯାଇଛି । ସେ କହିଛନ୍ତି ୨୦୧୯ ସେପ୍ଟେମ୍ବର ୩୦ ଯାଏଁ ଶିକ୍ଷା ଋଣ ଛାଡ଼ କରାଯିବ ।  

  • Tags: