Home > ରାଜନୀତି
ରାଜ୍ୟରେ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛି ବିଜେଡି, ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣାରେ ବସିବ ବିଜେପି
Khabar Odisha:State-BJP-will-protest-against-Odisha-Govt-Central-Schemes-named-as-State-scheme
ଭୁବନେଶ୍ୱର, ଅକ୍ଟୋବର ୦୯(ଖବର ଓଡ଼ିଶା):

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରି ନିଜ ନାଁରେ ନାମିତ କରି ଚଞ୍ଚକତା ଦେଖାଉଛନ୍ତି । ଏହି ଅଭିଯୋଗରେ ରାଜ୍ୟ ଭାରତୀୟ ଜନତା ପାର୍ଟୀ ବିଜେଡି ସରକାର ବିରୋଧରେ ରଣ ହୁଂକାର ଦେଇଛି । ୪ଟି ପ୍ରସଙ୍ଗ ନେଇ ରାଜଭବନ ଆଗରେ ଆସନ୍ତାକାଲି ବିଜେପି ଧାରଣାରେ ବସିବ ।  

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ବିଜୁ ପକ୍କା ଘର ନାଁରେ ନାମିତ କରି ରାଜ୍ୟର ଲୋକଙ୍କୁ ବୋକା ବନାଉଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଘର ସଂଖ୍ୟା ବଢ଼ୁନାହିଁ । କେବଳ ଦଳୀୟ କର୍ମୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ' ବଦଲାଇ ବାହାବା ନେବାକୁ ବସିଛନ୍ତି ।

ସର୍ଭେରେ ତଞ୍ଚକତା କରି କେବଳ ଶାସକ ଦଳ ସମର୍ଥକଙ୍କର ଜିଓ ଟ୍ୟାଗିଂ ହେଉଛି । ଜିଓ ଟ୍ୟାଗିଂ ପାଇଁ ଘର ପିଚ୍ଛା ୨୧ହଜାର ଟଙ୍କା ଆଦାୟ ହେଉଛି । ଆଦାୟ ହେଉଥିବା ସେହି ୨୧ହଜାର ଟଙ୍କାକୁ ନିଜ ନିଜ ମଧ୍ୟରେ ବାଶ୍ଟି ନେଇଯାଉଛନ୍ତି । ତେଣୁ ୪ଟି ପ୍ରସଙ୍ଗ ନେଇ ରାଜଭବନ ଆଗରେ ଆସନ୍ତାକାଲି ବିଜେପି ଧାରଣାରେ ବସିବ ।  ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃର୍ଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

  • Tags: