Home > ରାଜନୀତି
ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ର୍ନିବାଚିତ ହେଲେ ବିଜେଡିର ୪ ପ୍ରାର୍ଥୀ
Khabar Odisha:State-Odisha-All-the-four-BJD-candidates-elected-unopposed-for-Rajya-Sabha
ଭୁବନେଶ୍ୱର, ମାର୍ଚ୍ଚ ୧୮ (ଖବର ଓଡ଼ିଶା):

ରାଜ୍ୟସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବିଜେଡିର ୪ଜଣ ପ୍ରାର୍ଥୀ । ଅନ୍ୟ ଦଳରୁ କୈାଣସି ପ୍ରାର୍ଥୀ ଘୋଷଣା ନ ହୋଇଥିବାରୁ ବିଜେଡି ପ୍ରାର୍ଥୀଙ୍କୁ ନିଦ୍ୱର୍ନ୍ଦରେ ର୍ନିବାଚିତ କରାଯାଇଛି । 

ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ନିଦ୍ୱର୍ନ୍ଦରେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି ସରିବା ପରେ ରାଜ୍ୟସଭାକୁ ବିଜେଡିର ୪ଜଣ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଅନ୍ୟ ଦଳ ପକ୍ଷରୁ ଅର୍ଥାତ ବିଜେପି ଓ କଂଗ୍ରେସ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରି ନଥିବାରୁ ଏହି ୪ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବିଜେଡିର ନିର୍ବାଚିତ ହୋଇଥିବା ୪ପ୍ରାର୍ଥୀଙ୍କୂ ରିଟର୍ଣ୍ଣିଂ ଅଫିସର ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।

  • Tags: