Home > ରାଜନୀତି
ବିଜେପୁର ଲଢେଇ:ଜୋର ଧରିବ ପ୍ରଚାର, ଆଜି ଡିଜିପିଙ୍କ ସୁରକ୍ଷା ସମୀକ୍ଷା ବୈଠକ
Khabar Odisha:State-Odisha-Politics-Bijepur-bypoll-Meeting-for-security-by-DGP-BK-Sharma
ବରଗଡ଼, ଅକ୍ଟୋବର ୦୯(ଖବର ଓଡ଼ିଶା):

ପ୍ରସ୍ତୁତ ହୋଇସାରିଛି ବିଜେପୁର ରଣକ୍ଷେତ୍ର । ନିର୍ବାଚନୀ ପ୍ରଚାରରେ କମ୍ପିବ ବିଜେପୁର ଅଂଚଳ । ବିଭିନ୍ନ ରାଜନୈତିକ ଦଳ ବିଜେପୁର ଆସନ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନେ ତଥା ହେଭିୱେଟ ନେତାଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇବେ । ପୋଲିସ ଡିଜି ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବରଗଡ଼ ଏସପି ଅଫିସରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବୈଠକ ବସିଛି । 

ବରଗଡ଼ ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ୨୧ରେ ମତଦାନ ହେବ । ୨୪ରେ ଫଳାଫଳ ଆସିବ । ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି । ଆଜି ଠାରୁ ବିଜେପୁର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଜୋର ଧରିବ । ବିଜପେୁର ଉପନିର୍ବାଚନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି । ଆଜି ବିଜେପୁର ଗସ୍ତରେ ଯାଇଛନ୍ତି ଡିଜିପି ବି.କେ ଶର୍ମା । ବି.କେ ଶର୍ମା ବରଗଡ଼ ପହଂଚିବା ପରେ ତାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ ଅଫିସରେ ବିଜେପୂର ଶାନ୍ତିଶୃଙ୍ଖଳା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଦକ୍ଷିଣ ପଶ୍ଚିମାଂଚଳ ଆଇଜି ହିମାଂଶୁ ଲାଲ, ଆଇଜି ଇଣ୍ଟେଲିଜେନ୍ସ, ଏଡିଜି ଆଇନଶୃଙ୍ଖଳା, ସିଆରପିଏଫ ଡିଆଜି, ଉତ୍ତରାଞ୍ଚଳ ଡିଆଇଜି, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । 

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । କିନ୍ତୁ ସେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡ଼ିବା ପରେ ଏହି ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା ।

  • Tags: