Home > ରାଜନୀତି
ୟେସ ବ୍ୟାଙ୍କରୁ ଜଗା ଟଙ୍କା ଫେରିବା ପ୍ରସଙ୍ଗ, ବିରୋଧୀ ଦଳ ଓ ଗଣ ମାଧ୍ୟମର ଚାପ ଫଳରେ ଫେରିଲା ଜଗନ୍ନାଥଙ୍କ ଟଙ୍କା - ସୁର ରାଉତରାୟ
Khabar Odisha:Suresh-Routray-Bite-for-Yes-Bank-Jagannath-money-issue
ଭୁବନେଶ୍ୱର, ମାର୍ଚ୍ଚ ୧୯ (ଖବର ଓଡ଼ିଶା):

ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଫେରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ,ବିରୋଧୀ ଦଳ ଓ ଗଣ ମାଧ୍ୟମରେ ର ଚାପ ଫଳରେ ଫେରିଲା ଜଗନ୍ନାଥଙ୍କ ଟଙ୍କା ,ଏଥିପାଇଁ ସମସ୍ତ ବିରୋଧୀ ଦଳ, ଗଣମାଧ୍ୟମ ଓ ରିଜର୍ଭ ବ୍ୟାଙ୍କ କୁ ଧନ୍ୟବାଦ ।

ତେବେ ୟେସ ବ୍ୟାଙ୍କରେ ଥିବା ବାକି ଟଙ୍କା ତୁରନ୍ତ ଫେରାଯାଉ ବୋଲି ସେ ଦାବି କରିଛନ୍ତି । ଯେଉଁମାନେ ସରକାରୀ ବ୍ୟାଙ୍କରୁ ଟଙ୍କା ଉଠାଇ ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିଥିଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, YES ବ୍ୟାଙ୍କରେ ଫସି ରହିଥିବା ମହାପ୍ରଭୁଙ୍କ 545 କୋଟି ଟଙ୍କାରୁ ପ୍ରାଥମିକ ଭାବରେ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଫେରି ଆସିଥିବା ନେଇ YES ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ନିକଟକୁ ଚିଠି ଲେଖି ଜଣାଇଛନ୍ତି ।

ଇ-ଟ୍ରାନ୍ସଫର ଜରିଆରେ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା YES ବ୍ୟାଙ୍କରୁ ଶ୍ରୀମନ୍ଦିର ଷ୍ଟେଟବ୍ୟାଙ୍କକୁ ଆସିଥିବା ଜଣାପଡିଛି । 389 କୋଟି ମୂଳ ଟଙ୍କା ଓ 8 କୋଟି 23 ଲକ୍ଷ ସୁଧ ଟଙ୍କା ଫେରିଥିବା ଜଣାପଡିଛି । ଅବଶିଷ୍ଟ 156 କୋଟି ଟଙ୍କା ମାର୍ଚ୍ଚ 30 ତାରିଖ ପରେ ମ୍ୟାଚୁରିଟି ହଟିଲା ପରେ ଫେରିବ ବୋଲି ଚିଠିରେ ସୂଚନା ଦେଇଛନ୍ତି YESବ୍ୟାଙ୍କ ବରିଷ୍ଠ ଉପସଭାପତି ଜୟଦେବ ଦାସ ।

  • Tags: