Home > ରାଜନୀତି
ମହାମାରୀ କରୋନା ମୁକାବିଲା ନିମନ୍ତେ ସମସ୍ତ ରାଜନୈତିକ ଦଳର ଫ୍ଲୋର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ
Khabar Odisha:The-Prime-Minister-is-in-talks-with-the-leaders-of-the-floors-of-all-political-parties-to-fight-the-epidemic
ନୂଆଦିଲ୍ଲୀ, ଏପ୍ରିଲ ୦୮ (ଖବର ଓଡ଼ିଶା):

ମହାମାରୀ କରୋନାକୁ ମୁକାବିଲା କରିବା ଓ ଦେଶରେ ଚାଲିଥିବା ତାଲା ବନ୍ଦ ବା ଲକଡାଉନ ସମ୍ପର୍କରେ ସମସ୍ତ ରାଜନୈତିକ ଦଳର ଫ୍ଲୋର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜେପି, କଂଗ୍ରେସ, ଡିଏମକେ, ଏଆଇଏଡିଏମକେ, ଟିଆରଏସ, ସିପିଏମ, ଟିଏମସି, ଶିବସେନା, ଏନସିପି, ଅକାଳୀ ଦଳ, ଏଲଜେପି, ଜେଡିୟୁ, ଏସପି, ବିଏସପି, ୱାଇଏସଆର କଂଗ୍ରେସ ଏବଂ ବିଜେଡିର ଫ୍ଲୋର ନେତାଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି ।

ଏହି ବାର୍ତ୍ତାଳାପରେ ରାଜନୈତିକ ଦଳଗୁଡିକ ଦ୍ୱାରା ତାଲା ବନ୍ଦ, ସାଂସଦଙ୍କ ପାଣ୍ଠି ସ୍ଥଗିତ ରଖିବା ଏବଂ ଚିକିତ୍ସା ଉପକରଣ ପାଇଁ ରାଜ୍ୟ ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରସଙ୍ଗ ଉଠାଯାଇପାରେ । ଆହୁରି ମଧ୍ୟ, ଲକଡାଉନ୍ ସମୟରେ ଖାଦ୍ୟ ସାମଗ୍ରୀର ଯୋଗାଣ କିପରି ବଜାୟ ରଖିବ? ସେ ନେଇ ମଧ୍ୟ ପ୍ରଶ୍ନ ମଧ୍ୟ ଉଠିପାରେ | ଛୋଟ ବ୍ୟବସାୟୀ, ଶ୍ରମିକ ସ୍ଥାନାନ୍ତରଣ ପ୍ରସଙ୍ଗ ମଧ୍ୟ ପିଏମ ମୋଦୀଙ୍କ ସମ୍ମୁଖରେ ଉଠିବା ନେଇ ସମ୍ଭାବନା ରହିଛି ।

ପିଏମ ନରେନ୍ଦ୍ର ମୋଦୀଙ୍କ ସହ ଟିଏମସି ପକ୍ଷରୁ ଟିଆର ବାଲୁ, ଏଆଇଏଡିଏମକେ ପକ୍ଷରୁ ନବନୀତ କୃଷ୍ଣନ, କଂଗ୍ରେସ ଦଳ ପକ୍ଷରୁ ଗୁଲାମ ନବୀ ଆଜାଦ ଓ ଅଧିର ରଂଜନ ଚୌଧୁରୀ, ଟିଆରଏସ ପକ୍ଷରୁ ନମ୍ମା ନାଗେଶ୍ୱର ରାଓ ଓ କେଶବା ରାଓ, ସିପିଆଇଏମ ପକ୍ଷରୁ ଇ କରିମ, ଟିଏମସି ପକ୍ଷରୁ ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନା ପକ୍ଷରୁ ବିନୟ ରାଉତ ଓ ସଞ୍ଜୟ ରାଉତ ଏବଂ ଏନସିପି ପକ୍ଷରୁ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି।

ସେହିଭଳି ଏହା ବ୍ୟତୀତ ଅକାଳୀ ଦଳରୁ ସୁଖବୀର ବାଦଲ, ଏଲଜେପିରୁ ଚିରାଗ ପାସୱାନ୍, ଜେଡିୟୁରୁ ​​ଆରସିପି ସିଂ, ଏସପିରୁ ରାମ ଗୋପାଳ ଯାଦବ, ବିଏସପିରୁ ଡାନିଶ ଅଲି ଏବଂ ସତୀଶ ମିଶ୍ର, ୱାଇଏସଆର କଂଗ୍ରେସରୁ ବିଜୟାସାଇ ରେଡ୍ଡୀ ଓ ମିଥୁନ ରେଡ୍ଡୀ ଏବଂ ବିଜେଡି ପକ୍ଷରୁ ପିନାକି ମିଶ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଦାବୀ ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖିବେ।

  • Tags: