Home > ରାଜନୀତି
ଆଜି ୧୨ ଘଣ୍ଟିଆ ଯାଜପୁର ବନ୍ଦ, ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି
Khabar Odisha:bjp-calls-12-hours-strike-in-jajpur
ଯାଜପୁର, ଅକ୍ଟୋବର ୨୧ (ଖବର ଓଡ଼ିଶା):

ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ସନ୍ଦେହ ଜନକ ମୃତ୍ୟୁ ବିରୋଧରେ ବନ୍ଦ ଡାକରା ଦିଆଯାଇଛି ।  ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ 6ଟାରୁ ଆରମ୍ଭ ହୋଇଥିବା ବନ୍ଦ ସନ୍ଧ୍ୟା 6ଟା ଚାଲିବ । ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବିଜେପି ଏହି ଆନ୍ଦୋଳନ କରୁଛି । 

ମହିଳା ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀଙ୍କ ଗେଷ୍ଟହାଉସ୍‌ରେ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିଲା । ଏହା ଆତ୍ମହତ୍ୟା ନୁହେଁ ବରଂ ତାକୁ ହତ୍ୟା କରାଯାଇଛି । ମଧୁସ୍ମିତାଙ୍କ ସ୍ୱାମୀ ରୂପେଶ ଏଥିରେ ସଂପୃକ୍ତ ଅଛନ୍ତି । କିନ୍ତୁ ଏସ୍‌ପି ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ବିଜେପି ଅଭିଯୋଗ କରିଛି । ତେଣୁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି । ଯେଉଁଥିପାଇଁ ବିଜେପି ଆନ୍ଦୋଳନ କରୁଛି । ଷ୍ଟେସନ୍‌ଠାରୁ ଆରମ୍ଭ କରି ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଏମିତିକି ସ୍କୁଲ ଗାଡ଼ିକୁ ମଧ୍ୟ ଛାଡ଼ୁ ନାହାଁନ୍ତି । ସେଥିପାଇଁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱତଃପୂର୍ତ୍ତଭାବେ ସ୍କୁଲ ବନ୍ଦ ରଖିଛନ୍ତି । କର୍ମୀମାନେ ପିକେଟିଂ କରିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଥିବା ଦେଖାଯାଇଛି । 

ଗତକାଲି ମଧ୍ୟ ବିଜେପିର ଏକ ପ୍ରତିନିଧି ଦଳ ଯାଜପୁର ଏସ୍‌ପିଙ୍କ ବିରୋଧରେ ଡିଜିପିଙ୍କୁ ଭେଟିଥିଲେ । ଏସ୍‌ପି ଜାଣିଶୁଣି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କର ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍‌ରେ ମୃତ୍ୟୁ ହୋଇଥିଲା । ପୋଲିସ ଏହି ମାମଲାରେ ରୂପେଶଙ୍କୁ ଗିରଫ କରିଛି । ପ୍ରଥମେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦିଆଯାଉଥିଲା । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଦାବି ପରେ ପୋଲିସ ରୂପେଶଙ୍କୁ ଗିରଫ କରିଥିଲା । 

 

  • Tags: