Home > ରାଜନୀତି
ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ବାହାରିଲେ ଜ୍ୟୋତିରାଦିତ୍ୟ, ପଦ ବଜାୟ ରଖିଲେ କମଲନାଥ
Khabar Odisha:chief-minister-kamalnath-will-continue-as-pcc-chief-of-madhya-pradesh
ମଧ୍ୟ ପ୍ରଦେଶ, ସେପ୍ଟେମ୍ବର ୦୪ (ଖବର ଓଡିଶା):

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦୌଡ଼ରୁ ବାହାରିବା ପରେ ଏବେ ଅଧ୍ୟକ୍ଷ ଦୌଡ଼ରେ ମଧ୍ୟ ହାରି ଯାଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ମଧ୍ୟ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷକୁ ନେଇ ଲାଗି ରହିଥିବା ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ନିକଟ ଭବିଷ୍ୟତରେ ସଭାପତି ପଦ ପାଇଁ ନିଯୁକ୍ତି ହେବ ନାହିଁ ବୋଲି ଦଳ ଘୋଷଣା କରି ଦେଇଛି । ଫଳରେ ମୂଖ୍ୟମନ୍ତ୍ରୀ କମଲନାଥ ହିଁ ସଭାପତି ବଜାୟ ରଖିବେ ।

ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପାଇଁ ବହୁତ ବିବାଦ ଲାଗି ରହିଥିଲା । ଦଳର ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଧ୍ୟକ୍ଷ ପାଇଁ ଅଡ଼ି ବସିଥିଲେ । ସେଥିପାଇଁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ କୌଣସି ନିଯୁକ୍ତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ସଭାପତି ନିଯୁକ୍ତିକୁ ଘୁଞ୍ଚାଇ ଦିଆଯାଇଛି ।

ସିନ୍ଧିଆଙ୍କୁ ସଭାପତି କରିବାକୁ ବହୁତ ଦାବି ହୋଇ ଆସୁଥିଲା । ସେ ହିଁ ଏହି ପଦ ପାଇଁ ଦାବିଦାର ଥିଲେ । ଏମିତି କମଲନାଥଙ୍କ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ସିନ୍ଧିଆଙ୍କୁ ସମର୍ଥନ କରୁଥିଲେ । ଏତଦବ୍ୟତିତ ବାଲା ବଚ୍ଚନ, ଅଜୟ ସିଂହ ଓ ଦିଗବିଜୟ ସିଂହଙ୍କୁ ମଧ୍ୟ ଅଧ୍ୟକ୍ଷ କରିବାକୁ ଦାବି ହେଉଥିଲା । 

  • Tags: