Home > ରାଜନୀତି
କଂଗ୍ରେସରେ ଅଛନ୍ତି ଭିଲେନ୍‌, ଖୁଲାସା କରିବେ ଅମର ପ୍ରଧାନ
Khabar Odisha:congress-leader-amar-pradhan-says-some-villains-are-in-party
ଭୁବନେଶ୍ୱର, ସେପ୍ଟେମ୍ବର ୭ (ଖବର ଓଡ଼ିଶା):

କଂଗ୍ରେସ ଦଳରେ କିଛି ଖଳ ପ୍ରକୃତିର ଲୋକ ଅଛନ୍ତି । ଯେଉଁମାନେ ଏ ଦଳରେ ଥାଇ ସରକାରୀ ଦଳକୁ ସାହାଯ୍ୟ କରୁଛନ୍ତି । ସେଥିପାଇଁ କଂଗ୍ରେସ ନେତା ଗିରଫ ହେଉଛନ୍ତି । ଆଜି ନିଜ ଦଳରେ ଏଭଳି କିଛି ଚାଲିଥିବା ନେଇ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ଅମର ପ୍ରଧାନ ।

ସେ କହିଛନ୍ତି ଯେ କଂଗ୍ରେସ ଦଳ ଭିତରେ ଭିଲେନ ଅଛନ୍ତି । ଭିଲେନ୍ ଦଳରେ ରହି ସରକାରୀ ଦଳ ସହ ହାତ ମିଳାଇଛନ୍ତି ଏବଂ କଂଗ୍ରେସ ନେତାଙ୍କୁ ଗିରଫ କରାଉଛନ୍ତି । ଏମାନଙ୍କର ଖୁବ ଶୀଘ୍ର ସେ ଖୁଲାସା କରିବେ ବୋଲି ଅମର କହିଛନ୍ତି । ସେହି ନେତାଙ୍କ ବିଷୟରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଆଗରେ କହିବେ ।

ତେବେ ଅମର ପ୍ରଧାନଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ । ସବୁ ଦଳ ଭଳି କଂଗ୍ରେସରେ ମଧ୍ୟ ଭିଲେନ୍‌ ଥାଇ ପାରନ୍ତି ବୋଲି ସେ କହିଛନ୍ତି । ଦଳ ବିରୋଧୀ ନେତାଙ୍କର ମୁଖା ଖୋଲି ବହିଷ୍କାର କରାଯିବା ଦରକାର । ସେମାନେ ଦଳର ସ୍ୱାର୍ଥ ପାଇଁ ଯେତିକି ତତ୍ପର ନୁହନ୍ତି, ଅନ୍ୟ ଦଳ ପାଇଁ ଅଧିକ ତତ୍ପର ବୋଲି ଶରତ ରାଉତ କହିଛନ୍ତି । 

  • Tags: