Home > ରାଜନୀତି
ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଧର୍ମ ସହ ଯୋଡ଼ିଲା କଂଗ୍ରେସ
Khabar Odisha:digvijay-singh-and-p-chidambaram-attacks-on-modi-government-on-article-370
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିରୋଧୀ କଂଗ୍ରେସକୁ ଏକ ଶକ୍ତ ଝଟ୍‌କା ଲାଗିଛି । ଦଳର ବହୁ ନେତା ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ଏହା ସହିତ ବିଜେପି ସରକାରଙ୍କ ଉପରେ ଅନେକ ଦୋଷ ଲଦି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଦିଗବିଜୟ ସିଂହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି କି କାଶ୍ମୀର ଆମ ହାତରେ ବାହାରିଗଲା । ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି ଚିଦାମ୍ବରମ୍‌ କେନ୍ଦ୍ରର ଏ ନିଷ୍ପତ୍ତି ହିନ୍ଦୁ ମୁସ୍‌ଲିମ୍‌ ସହିତ ଯୋଡ଼ି ଦେଇଛନ୍ତି ।

ଚିଦାମ୍ବରମ ଏହାକୁ ଧର୍ମ ସହିତ ଯୋଡ଼ି ଦେଇଛନ୍ତି । ଯଦି କାଶ୍ମୀର ହିନ୍ଦୁ ବହୁଳ ରାଜ୍ୟ ହୋଇଥାଆନ୍ତା ତାହା ହେଲେ ବିଜେପି କଦାପି ରାଜ୍ୟର ସ୍ୱତନ୍ତ୍ର ପାହ୍ୟା ଛଡ଼ାଇ ଆଣି ନ ଥାନ୍ତା । ବିଜେପି ନିଜ ଶକ୍ତି ଦ୍ୱାରା ଧାରା ଉଚ୍ଛେଦ କରିଛି । ସେଠାରେ ପରିସ୍ଥିତି ଏବେ ଅଶାନ୍ତ ରହିଛି ଯାହାକୁ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ପ୍ରକାଶ କରୁଛନ୍ତି । କିନ୍ତୁ ଭାରତୀୟ ଗଣମାଧ୍ୟମ ଏହାକୁ ସାମ୍ନାକୁ ଆଣୁ ନ ଥିବା ସେ ଅଭିଯୋଗ କରିଛନ୍ତି । ଘାଟିରେ ପରିସ୍ଥିତି ଠିକ୍‌ ନ ଥିବା ସେ ଆକଳନ କରିଛନ୍ତି ।

ସେହିପରି ମଧ୍ୟପ୍ରଦେଶ ଗସ୍ତରେ ଥିବା ଦିଗବିଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ହଟିବା ଦ୍ୱାରା ଏକ ଭୟଙ୍କର ପରିଣାମ ଆସିବ । ଆଜି କାଶ୍ମୀର ଜଳୁଛି । ନାଁ ନ ଧରି ଦିଗବିଜୟ କହିଛନ୍ତି ପ୍ରଧାନମନ୍ତ୍ରୀ ନିଜ ହାତରେ ନିଆଁ ଲଗାଇ ଦେଇଛନ୍ତି । କାଶ୍ମୀରକୁ ବଞ୍ଚାଇବା ଏବେ ଆମର ପ୍ରାଥମିକତା । ଏ ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ ନ ହେଲେ କାଶ୍ମୀର ଆମ ହାତରୁ ବାହାରିଯିବ ବୋଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଆହ୍ୱାନ କରିଛନ୍ତି ।

  • Tags: