Home > ରାଜନୀତି
ବିଜେଡ଼ି ଉପଦେଷ୍ଟାଙ୍କୁ ପ୍ରମୁଖ ସଚିବ, ମୁଖ୍ୟ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା
Khabar Odisha:government-confers-minister-Principal-Secretary-and-Cheif-secretary-rank-to-BJD-leaders
ଭୁବନେଶ୍ୱର, ସେପ୍ଟେମ୍ବର ୬ (ଖବର ଓଡ଼ିଶା):

ବିଜେଡ଼ି ଉପଦେଷ୍ଟା ପଦବୀରେ ବନ ନିଯୁକ୍ତ ନେତାମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ସଚିବ, ମୁଖ୍ୟ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ସୁଜିତ କୁମାରଙ୍କୁ ମୁଖ୍ୟ ସଚିବ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି ।

ସେହିପରି ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଚିଲିକା ଉନ୍ନୟନ ପ୍ରାଧିକରଣ ଉପଦେଷ୍ଟା ଉତ୍କଳ କେଶରୀ ପରିଡ଼ାଙ୍କୁ ପ୍ରମୁଖ ସଚିବପାହ୍ୟାର ଦିଆଯାଇଛି । ସେମାନଙ୍କୁ ପ୍ରମୁଖ ସଚିବଙ୍କ ଭଳି ଦରମା ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ସେହିପରି ମିଶନ ଶକ୍ତି ଉପଦେଷ୍ଟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ମୁଜିବୁଲ୍ଲା ଖାନ୍‌ ବା ମୁନ୍ନା ଖାନ୍‌ଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଏହା ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟ ମଧ ମିଳିଛି । ଏ ସମସ୍ତ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ସୁବିଧା ଓ ସୁଯୋଗ ମିଳିବ ।  

  • Tags: