Home > ରାଜନୀତି
ରାହୁଲ ଗାନ୍ଧୀଙ୍କୁ ଓପନ ଚାଲେଞ୍ଜ ଦେଲେ ଅମିତ ଶାହା, ଯଦି ରାହୁଲ ଗାନ୍ଧୀ ଚାହୁଁଛନ୍ତି ତେବେ ଆସନ୍ତୁ ବିତର୍କ କରିବା
Khabar Odisha:home-minister-amit-shah-rahul-gandhi-pm-modi-tweet-india-china-galwan-issue
ନୂଆଦିଲ୍ଲୀ, ଜୁନ ୨୮ (ଖବର ଓଡ଼ିଶା):

ଗୋଟିଏ ପଟେ ଚୀନ୍ ସହ ତିକ୍ତତା ଜାରି ରହିଥିବା ବେଳେ ଅନ୍ୟ ପଟେ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ବାକ ଯୁଦ୍ଧ ଜାରି ରହିଛି । ଲଦାଖର LAC ଉପରେ ଗାଲଭାନ୍ ଭ୍ୟାଲିରେ ଚୀନ୍ ସହିତ ସଂଘର୍ଷରେ 20 ଜଣ ଭାରତୀୟ ସୈନିକଙ୍କ ଶହୀଦ ହେବା ପରେ ରାଜନୀତି ମଧ୍ୟ ଜୋରସୋରରେ ଚାଲିଛି।

ଗାଲଭାନ୍ ଭ୍ୟାଲିରେ ହୋଇଥିବା ସଂଘର୍ଷକୁ ନେଇ ଭାରତର ପ୍ରତିକ୍ରିୟା ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଇଛନ୍ତି । ଏପରିକି ରାହୁଲ ଗାନ୍ଧୀ “surrender modi”  ଭଳିଆ ବାକ୍ୟକୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମୁହଁ ଖୋଲି କହିଛନ୍ତି ଯେ ବିତର୍କ କରିବାକୁ ପଡିବ । ଯଦି ଆପଣ(ରାହୁଲ ଗାନ୍ଧୀ) ଆଲୋଚନା କରିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କ ସହ ଆଲୋଚନା ପାଇଁ ରାଜି | ହେଲେ 1962 ରୁ ଆଜି ପର୍ଯ୍ୟନ୍ତ ଯାହା ଯାହା ଘଟିଛି ସେ ସମସ୍ତ ବିଷୟ ଉପରେ ଆଲୋଚନା ହେବ |

ନ୍ୟୁଜ୍ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ ଅମିତ ଶାହା କହିଛନ୍ତି ଯେ ଆଲୋଚନାକୁ କେହି ଭୟ କରନ୍ତି ନାହିଁ । କିନ୍ତୁ ଯେତେବେଳେ ଦେଶର ସୈନିକମାନେ ସଂଘର୍ଷ କରୁଛନ୍ତି, ସରକାର ଦୃଢତାର ସହ ସଠିକ୍ ପଦକ୍ଷେପ ନେଉଛନ୍ତି, ସେତେବେଳେ ପାକିସ୍ତାନ ଏବଂ ଚୀନ୍ କ ଖୁସି କରିବା ପାଇଁ ଆପଣ ଏଭଳି ବିବୃତ୍ତି ଦେବା ଠିକ ନୂହେଁ ।

କରୋନା ଏବଂ ଲଦାଖର ଗାଲଭାନ୍ ଭ୍ୟାଲିରେ ଚୀନ୍ ସହ ତିକ୍ତତା ଉପରେ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଉଭୟ ଯୁଦ୍ଧରେ ଜିତିବାକୁ ଯାଉଛି।

ଗୃହମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧରେ ଭାରତ ସରକାର ଭଲ ଲଢେଇ କରିଛନ୍ତି । ମୁଁ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇ ପାରିବି ନାହିଁ, ଏହା ତାଙ୍କ ଦଳର ନେତାଙ୍କ କାମ । କିଛି ଲୋକଙ୍କ ବକ୍ରଦୃଷ୍ଟି ରହିଛି, ସେମାନେ ଠିକ ଜିନିଷରେ ମଧ୍ୟ ଭୁଲ୍ ଦେଖନ୍ତି | ଭାରତ କରୋନା ବିରୁଦ୍ଧରେ ଭଲ ଲଢିଥିଲା ​​ଏବଂ ବିଶ୍ୱର ପରିସଂଖ୍ୟାନ ତୁଳନାରେ ଆମର ଆକଳନ ବହୁତ ଭଲ ବୋଲି ସେ କହିଛନ୍ତି |

  • Tags: