Home > ରାଜନୀତି
କାଶ୍ମୀରରେ ଜନତା ଗରିବ, କିନ୍ତୁ ନେତା କୋଟି ପତି: ସବୁଠୁ ଆଗରେ କଂଗ୍ରେସ ନେତା କରନ୍‌ ସିଂହ, ସମ୍ପତ୍ତି ମୂଲ୍ୟ ୯୫ କୋଟି
Khabar Odisha:national-97-kashmiri-leaders-have-cores-of-land
ଶ୍ରୀନଗର, ଅଗଷ୍ଟ ୧୧ (ଖବର ଓଡ଼ିଶା):

ପୂର୍ବରୁ ଜାମ୍ମୁ ଓ କଶ୍ମୀରରେ ଗୋଡ଼ି ମାଟି ମୂଲ୍ୟରେ ଜମି ବିକ୍ରି ହେଉଥିଲା । ଯାହାର ମୂଲ୍ୟ ଅନ୍ୟ ରାଜ୍ୟ ତୁଳନା ବହୁତ ନଗନ୍ୟ ଅଟେ । କିନ୍ତୁ ରାଜ୍ୟରେ ଧାରା ୩୭୦ ହଟିବା ପରେ ଏବେ ସେଠାକାର ଜମିର ମୂଲ୍ୟ ଆକାଶ ଛୁଆଁ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତେବେ ରାଜ୍ୟର ବହୁତ ପ୍ରାୟ ୬୩ ପ୍ରତିଶତ ଲୋକଙ୍କ ପାଖରେ ଅଧା ହେକ୍ଟରର ଜମି ମଧ୍ୟ ନାହିଁ । କିନ୍ତୁ କେତକ ବଡ଼ ବଡ଼ ହସ୍ତୀଙ୍କ ପାଖରେ ୨୦ ହେକ୍ଟର୍‌ରୁ ଅଧିକ ଚାଷ ଜମି ରହିଛି ।  ଯେଉଁଥିରେ ଆଗରେ ରହିଛନ୍ତି କଂଗ୍ରେସ ନେତା କରନ୍‌ ସିଂହ ସିଂହ । ସେହିପରି ନାସନାଲ କନ୍‌ଫରେନ୍ସର ନେତା ଫାରୁଖ ଅବଦୁଲ୍ଲାଙ୍କ ନିକଟରେ ୧.୧୨ ଏକର ଚାଷ ଜମି ରହିଛି । ଯାହାର ମୂଲ୍ୟ ୧୦ କୋଟି ୬୦ ଲକ୍ଷ୍ୟ ହେବ ବୋଲି ଆକଳନ କରାଯାଇଛି ।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କାଶ୍ମୀରର ସାଧାରଣ ଜନତାଙ୍କ ପାଖରେ ଜମି ନାହିଁ । କିନ୍ତୁ ୯୭ ଜଣ ନେତାଙ୍କ ନିକଟରେ କୋଟି କୋଟି ଟଙ୍କାର ଜମି ରହିଛି । ଯେଉଁଥିରେ ସବୁଠାରୁ ଆଗରେ ରହିଛନ୍ତି କଂଗ୍ରେସ ନେତା କରନ୍‌ ସିଂହ । ତାଙ୍କ ଜମିର ବଜାର ମୂଲ୍ୟ ୯୫ କୋଟି ୨୧ ଲକ୍ଷ ହେବ । ତାଙ୍କର ଶ୍ରୀନଗରରେ ୧୧ ଓ ୩୧ ଏକର ଦୁଇଟି ଜମି ରହିଛି । ସେହିପରି ଜମ୍ମୁରେ ୭୮ ଏକର ଓ ପହଲଗାମରେ ୪ ଏକର ଜମି ଅଛି ।

ସେହିପରି ଏନ୍‌ସି ନେତା ମୋହମ୍ମଦ ଅକବରଙ୍କ ପାଖରେ ୫୯.୬୦ କୋଟି ଟଙ୍କାର ଜମି ରହିଛି । ବାରମୂଲା ସଂସଦୀୟ କ୍ଷେତ୍ରରେ ତାଙ୍କର ୩୬ ଶହ ବର୍ଗ ଫୁଟ୍‌ର ଏକ ବିଳାସପୂର୍ଣ୍ଣ କୋଠା ରହିଛି । ସେହିପରି ନାସନାଲ କନ୍‌ଫରେନ୍ସର ନେତା ଫାରୁଖ ଅବଦୁଲ୍ଲାଙ୍କ ନିକଟରେ ୧.୧୨ ଏକର ଚାଷ ଜମି ରହିଛି । ଯାହାର ମୂଲ୍ୟ ୧୦ କୋଟି ୬୦ ଲକ୍ଷ୍ୟ ହେବ ବୋଲି ଆକଳନ କରାଯାଇଛି ।

ସେହିପରି ପିଡିପି ନେତା ମହବୁବା ମୁଫତୀଙ୍କ ପାଖରେ ୫୫ ଲକ୍ଷ ମୂଲ୍ୟର ଜମି ରହିଛି । ଯାହାକୁ ସିଏ ୨୦୧୯ ନିର୍ବାଚନରେ ଶପଥ ପାଠରେ ଦେଇଥିଲେ । ଏହା ସହିତ ତାଙ୍କର ୨୫ ଲକ୍ଷ ମୂଲ୍ୟର ୫୪୪୦ ବର୍ଗ ଫୁଟ୍‌ର ଫସଲ ଜମି ଅଛି । ଏହା ସହ ୫ ହଜାର ବର୍ଗ ଫୁଟ୍‌ର ଏକ ଘର ରହିଛି ।

ସେହିପରି କଂଗ୍ରେସ ରାଜ୍ୟସଭା ବିରୋଧୀ ଦଳ ନେତା ସାଂସଦ ଗୁଲାମ ନବୀ ଆଜାଦଙ୍କରଅଛି । ମହାରାଷ୍ଟ୍ରରେ ୧ କୋଟି ୯୭ ଲକ୍ଷ ମୂଲ୍ୟର ଜମି ଅଛି । କିନ୍ତୁ ତାଙ୍କ ସ୍ତ୍ରୀଙ୍କର ଶ୍ରୀନଗରରେ ୬୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଘର ଅଛି । କିନ୍ତୁ ରାଜ୍ୟସଭା ଶପଥପାଠରେ ଗୁଲାମ ନବୀ କହିଥିଲେ ଯେ କାଶ୍ମୀରରେ ତାଙ୍କର କିଛି ବି ସମ୍ପତ୍ତି ନାହିଁ ।

  • Tags: