Home > ରାଜନୀତି
ମୋଦୀଙ୍କ ବଡ ଘୋଷଣା: ଏଣିକି ତିନି ସେନାର କମାଣ ଜଣେ ଅଫିସରଙ୍କ ହାତରେ
Khabar Odisha:national-odisha-pm-narendra-modi-announces-creation-of-chief-of-defence-staff
ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡିଶା) :

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ ଏକ ବଡ ଘୋଷଣା କରିଛନ୍ତି । 

ମୋଦୀଙ୍କ ମୁତାବକ, ଏବେ ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ରହିବେ । ଅର୍ଥାତ୍ ତିନି ସେନାର ନେତୃତ୍ୱ କୌଣସୀ ଜଣେ ଅଫିସରଙ୍କ ହାତରେ ରହିବ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜଳ, ସ୍ଥଳ, ବାୟୁସେନା ସହ ମିଶି କାମ କରିବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଦେଶର ଶକ୍ତି ବଢିବ । ଏହାଦ୍ୱାରା ସେନାର ତିନି ଅଙ୍ଗରେ କାମ କରିବା ଖୁବ୍ ସହଜ ହେବ । 

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ କଣ?

୨୦୧୯ରେ କାର୍ଗିଲ ଯୁଦ୍ଧ ପରେ ଏକ ଉଚ୍ଚ ସ୍ତରୀୟ କମିଟି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତି କରିବାକୁ ସୁପାରିଶ କରିଥିଲେ । ଉକ୍ତ ଅଫିସର ସିଧାସଳଖ ଭାବରେ ରକ୍ଷାମନ୍ତ୍ରୀଙ୍କୁ ରିପୋର୍ଟ କରିବେ । ତେବେ ଭାରତରେ ବର୍ତ୍ତମାନ ଚିଫ୍ ଅଫ୍ ଷ୍ଟାଫ୍ କମିଟି ରହିଛି । ଏଥିରେ ଜଳ, ସ୍ଥଳ, ବାୟୁ ତିନୋଟି ପ୍ରମୁଖ ବିଭାଗ ରହିଛି । ଏହି ବିଭାଗର ମୁଖ୍ୟ ଚେୟାରମ୍ୟାନ ଭାବରେ କାମ କରନ୍ତି । ୨୦୧୨ରେ ନରେଶ ଚନ୍ଦ୍ର ଟାଷ୍ଟ ଫୋର୍ସ ଜଣେ ସ୍ଥାୟୀ ଚେୟାରମ୍ୟାନ ପାଇଁ ସୁପାରିଶ କରିଥିଲେ । ଏବେ ପ୍ରଧାନମନ୍ତ୍ରୀ ଏହି ସୁପାରିଶକୁ ଦୃଷ୍ଟିରେ ରଖି ଜଣେ ସ୍ଥାୟୀ ଚେୟାରମୟାନଙ୍କୁ ନିଯୁକ୍ତ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସମୟରେ ମୋଦୀ କହିଛନ୍ତି କି, ଆମ ସୁରକ୍ଷାକର୍ମୀ ଆମର ଶକ୍ତି ।