Home > ରାଜନୀତି
ବିଜେପି ସଂସଦୀୟ ଦଳର କାର୍ଯ୍ୟକାରୀ ସମିତି ଗଠନ, ଲୋକସଭାରେ ଦ୍ୱିତୀୟ ନମ୍ବରରେ ରାଜନାଥ ସିଂହ
Khabar Odisha:national-odisha-rajnath-singh-deputy-leader-of-party-in-lok-sabha-thawar-chand-gehlot-leader-of-party-rajya-sabha
ନୂଆଦିଲ୍ଲୀ, ଜୁନ ୧୨ (ଖବର ଓଡିଶା) :

ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ପାଇଁ ଏକ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନେତା ରହିଥିବା ବେଳେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଲୋକସଭାରେ ଉପନେତା ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟ ପକ୍ଷରେ ରାଜ୍ୟସଭାରେ ଥାବର ଚନ୍ଦ ଗେହଲଟଙ୍କୁ ଦଳର ନେତା ଏବଂ ପୀୟୁଷ ଗୋୟଲଙ୍କୁ ଉପନେତା ଭାବେ କାର୍ଯ୍ୟଭାର ଦିଆଯାଇଛି । 

ବିଜେପି ସରକାର ପୁଣି ଥରେ ଆସିବା ପାଇଁ ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ସରକାରଙ୍କ ମୁଖ୍ୟ ଧାରାରେ ସାମିଲ ହୋଇଛନ୍ତି । ତାଙ୍କୁ ଗୃହ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଦିଆଯାଇଛି । ପୂର୍ବ ସରକାରଙ୍କ କାର୍ଯ୍ୟକାଳ ସମୟରେ ରାଜନାଥ ଗୃହ ମନ୍ତ୍ରୀ ଥିଲେ । ଏତଦ୍ ବ୍ୟତୀତ କ୍ୟାବିନେଟରେ ଆଠଟି ମହତ୍ୱପୂର୍ଣ୍ଣ ସମିତିରେ କେବଳ ୨ଟିରେ ତାଙ୍କୁ ସାମିଲ କରାଯାଇଥିଲା । ଫଳରେ ରାଜନାଥଙ୍କ ଖ୍ୟାତି କମିବାରେ ଲାଗିଛି ବୋଲି ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ପୁଣି ଥରେ ରକ୍ଷା ମନ୍ତ୍ରୀଙ୍କୁ ୬ଟି ସମିତିରେ ସାମିଲ କରାଯିବା ପରେ  ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ।