Home > ରାଜନୀତି
ସ୍ୱାଗତ ସମାରୋହରେ ଧସ୍ତାଧସ୍ତି, ହାତରୁ ଛିଣ୍ଡିଗଲା ୟୁପି ବିଜେପି ଅଧ୍ୟକ୍ଷଙ୍କ କାଣି ଆଙ୍ଗୁଠି
Khabar Odisha:national-odisha-up-bjp-president-swatantra-dev-singh-right-hand-little-finger-injury
ଲକ୍ଷ୍ନୌ, ଅଗଷ୍ଟ ୧୨ (ଖବର ଓଡିଶା) :

 ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ ଏବଂ ପରିବହନ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହଙ୍କ ସହ ଏକ ବଡ ଦୁର୍ଘଟଣା ହୋଇଛି । ମୁଜାଫରନଗରର ସର୍କୁଲାର ରୋଡରେ ଏକ ସ୍ୱାଗତ ସମାରୋହ ସମୟରେ ଧସ୍ତାଧସ୍ତି ହୋଇଥିଲା । ଏହା ପରେ ବିଜେପି ଅଧ୍ୟକ୍ଷଙ୍କର ଡାହାଣ ହାତର କାଣି ଆଙ୍ଗୁଠି କଟି ଅଲଗା ହୋଇଯାଇଛି । ଏହି ଘଟଣା ପରେ ତାଙ୍କୁ ବର୍ଦ୍ଧମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲୁଛି । ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ ଏବେ ଡିଏମ, ଏସପି ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । 

ବିଜେପିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ମୁଜାଫରନଗରର ସର୍କୁଲାର ରୋଡରେ ପହଁଚିଥିଲେ । ସେହି ସମୟରେ କିଛି ମହିଳା କାର୍ଯ୍ୟକର୍ତ୍ତା ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଥିଲେ । ମହିଳାଙ୍କୁ ଦେଖି ସ୍ୱତନ୍ତ୍ର ଦେବ ସିଂହ ଗାଡିରୁ ଓହ୍ଲାଉ ଥିବା ବେଳେ ତାଙ୍କର କାଣି ଅଙ୍ଗୁଠି କଟି ହାତରୁ ଅଲଗା ହୋଇଯାଇଛି । ଏହାପରେ ତାଙ୍କୁ ଆନନ-ଫାନନର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସର୍ଜରୀ ଚାଲିଛି । ଏହି ଅବସରରେ ପ୍ରଶାସନିକ ଏବଂ ପୁଲିସ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି । ସର୍ଜରୀ ପରେ ସ୍ୱତନ୍ତ୍ର ଦେବ ଲକ୍ଷ୍ନୌ ପାଇଁ ବାହାରିଛନ୍ତି । 

ସ୍ୱତନ୍ତ୍ର ଦେବଙ୍କ ଆଙ୍ଗୁଠି କଟିବା ଘଟଣାକୁ ନେଇ ମୁଖ୍ୟ ସଚ୍ଚିବ ଅବନୀଶ ଅବସ୍ଥୀ କହିଛନ୍ତି କି, ଡାହାଣ ହାତର କାଣି ଆଙ୍ଗୁଠିରେ କ୍ଷତି ହୋଇଛି । ଡକ୍ଟର ଜୈନ ତାଙ୍କର ଚିକିତ୍ସା କରୁଛନ୍ତି । ଡିଏମ, ଏସପି ଏବଂ ବରିଷ୍ଠ ନତାମାନେ ଏବେ ତାଙ୍କ ସହ ଉପସ୍ଥିତ ଅଛନ୍ତି ।