Home > ରାଜନୀତି
ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ହେଲେ ଚିରାଗ ପାସୱାନ, ନେଲେ ପିତା ରାମବିଳାସ ପାସୱାନଙ୍କ ସ୍ଥାନ
Khabar Odisha:political-national-odisha-chirag-paswan-appointed-as-chief-of-lok-janshakti-party-at-national-executive-meeting
ପାଟନା, ନଭେମ୍ବର ୦୫ (ଖବର ଓଡିଶା) :

 ଜମୁଈରୁ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନ ଆଜି ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଚିରାଗଙ୍କ ପୂର୍ବରୁ ତାଙ୍କ ପିତା ରାମବିଳାସ ପାସୱାନ ଦଳର ଅଧ୍ୟକ୍ଷ ଥିଲେ। 

୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ରାମବିଳାସ ପାସୱାନ ଚିରାଗଙ୍କୁ ଲୋକ ଜନଶକ୍ତି ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଦାୟିତ୍ଵ ଦେଇଥିଲେ। ଏହାର ୫ ବର୍ଷ ପରେ ଏବେ ତାଙ୍କୁ ଦଳର ଅଧ୍ୟକ୍ଷ ପଦ ଦିଆଯାଇଛି। ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଆସନ ଭାଗବଣ୍ଟା ଏବଂ ପ୍ରାର୍ଥୀ ଚୟନରେ ଚିରାଗ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଫିଲ୍ମ ଜଗତରେ ବିଫଳ ହେବା ପରେ ଚିରାଗ ରାଜନୀତିରେ ପାଦ ଥାପିଥିଲେ। ୨୦୧୩ରେ ଚିରାଗ ଫିଲ୍ମ ଦୁନିଆ ଛାଡି ରାଜନୀତିରେ ନିଜର ଭାଗ୍ୟ ଆପଣେଇ ଥିଲେ। 

ଏହି ସମୟରେ ଚିରାଗ ରାଷ୍ଟ୍ରୀୟ ଜନତା ଦଳ ଏବଂ ଭୁନାଥ ସିଂହଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ସେ ରାମବିଳାସ ପାସୱାନଙ୍କ ଏକମାତ୍ର ପୁତ୍ର। ୨୦୧୯ରେ ଲୋକସଭା ନିର୍ବାଚନରେ ସେ ଦ୍ଵିତୀୟ ଥର ପାଇଁ ବିହାରର ଜମୁଈ ଆସନ ଜିତି ସଂସଦ ଭବନ ପହଁଚିଥିଲେ। ନିର୍ବାଚନରେ ସେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ସମତା ପାର୍ଟିର ପ୍ରାର୍ଥୀ ଭୂଦେବ ଚୌଧୁରୀଙ୍କୁ ହରାଇଥିଲେ। 

ତେବେ ଚିରାଗଙ୍କୁ ଅଧ୍ୟକ୍ଷ କରିବା ପୂର୍ବରୁ ରାମବିଳାସ ଦିଲ୍ଲୀର ଏହାର ସଙ୍କେତ ଦେଇଥିଲେ। ସେ କହିଥିଲେ କି, ଏବେ ଆସନ୍ତା ପିଢିଙ୍କୁ ତାଙ୍କର ଦାୟିତ୍ଵ ଗ୍ରହଣ କରିବା ଉଚିତ୍।