Home > ରାଜନୀତି
ମହାରାଷ୍ଟ୍ରରେ ଶିବସେନା-ଏନସିପି ମହାମେଣ୍ଟରେ ହେବ ସରକାର ! କଂଗ୍ରେସର ହାତ ବାହାରୁ ରହିବ ସାଥ
Khabar Odisha:political-national-odisha-maharashtra-ncp-may-join-shiv-sena-led-govt-with-congress-outside-support
ମୁମ୍ବାଇ, ନଭେମ୍ବର ୦୫ (ଖବର ଓଡିଶା) :

ମହାରାଷ୍ଟ୍ରରେ ଏଯାଏଁ ସରକାର ଗଠନକୁ ନେଇ ହାଇ ଭୋଲଟେଜ ଡ୍ରାମା ଚାଲିଛି। ରାଜ୍ୟରେ କିଏ ସରକାର ଗଠନ କରିବ ତାହା ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ। ଶିବସେନା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଡି ବସିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଆସନ ସହିତ କୌଣସି ବୁଝାମଣା କରିବାକୁ ଚାହୁଁ ନାହିଁ। ଏହି ମଧ୍ୟରେ ରାଜ୍ୟରେ ସରକାର ଗଠିବାକୁ ଶିବସେନା ଏନସିପି ଆଡକୁ ଢଳୁଥିବା ଦେଖା ଯାଉଛି। ଏହି ମଧ୍ୟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ ବିଜେପିକୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରରେ କୌଣସି ପ୍ରଦୂଷଣ ନାହିଁ। ମହାରାଷ୍ଟ୍ରର ନିର୍ଣ୍ଣୟ ମହାରାଷ୍ଟ୍ରରେ ହିଁ ହେବ। 

ଏହା ପୂର୍ବରୁ ରାୱତ ଦୁଷ୍ୟନ୍ତଙ୍କ କବିତା ସେୟାର କରି ଲେଖିଥିଲେ ଯେ, ରାଜନୈତିକ ସ୍ଥିତିକୁ ନେଇ ଆମେ ହଙ୍ଗାମା କରୁନୁ। ଆମେ ମହାରାଷ୍ଟ୍ରର ଚିତ୍ର ପରିବର୍ତ୍ତନ କରିବାକୁ ଚାହୁଁଛୁ। 

ଏନସିପି ସମର୍ଥନରେ ଶିବସେନା ଗଢିବ ସରକାର

ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ବିଜେପି ଏବଂ ଶିବସେନା ପକ୍ଷରୁ ତମାମ ଚେଷ୍ଟା କରାଯାଉଛି। ଅନ୍ୟ ପକ୍ଷରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ଶିବସେନା ସହ ମିଶି ସରକାର ଗଠନ କରିପାରେ ଏବଂ କଂଗ୍ରେସ ତାଙ୍କୁ ପରୋକ୍ଷ ଭାବରେ ସମର୍ଥନ କରିପାରେ ବୋଲି କୁହାଯାଉଛି। ଏନସିପି ନେତା କହିଛନ୍ତି ଯେ, ଆମେ ୧୯୯୫ରେ ବିଜେପି-ଶିବସେନା ଦ୍ଵାରା ଆପଣାଇ ଯାଇଥିବା ଫର୍ମୁଲା ପ୍ରସ୍ତାବିତ କରିଛୁ। ସେହି ସମୟରେ ବିଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଏବଂ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇ ଥିଲା। 

ଭବିଷ୍ୟତ କଥା କହିହେବ ନାହିଁ- ଶରଦ ପାୱାର

ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିବା ପରେ ଶରଦ ପାୱାର କହିଛନ୍ତି ଯେ, ବିଜେପି ଶିବସେନା ସହ ମିଶି ସରକାର ଗଠନ କରିବା ଉଚିତ୍। କାରଣ ତାଙ୍କ ପାଖରେ ବହୁମତ ଅଛି। ଏନସିପିକୁ ଜନତା ବିପକ୍ଷରେ ବସାଇବା ପାଇଁ ଜନାଦେଶ ଦେଇଛନ୍ତି। କିନ୍ତୁ ଭବିଷ୍ୟତ କଥା କହିହେବ ନାହିଁ। କେତେବେଳେ କଣ ହେବ।