Home > ରାଜନୀତି
ନିରଞ୍ଜନଙ୍କୁ ହଟାଇବାକୁ ସମର୍ଥନ ଯୋଗାଡ କରୁଛନ୍ତି ଅସନ୍ତୁଷ୍ଟ, ମେଳିକି ଯିବିନି- ସୁର
Khabar Odisha:political-state-odisha-sura-routray-targeted-congress-leader
ଭୁବନେଶ୍ଵର, ନଭେମ୍ବର ୦୪ (ଖବର ଓଡିଶା) :

ନିକଟରେ ନିରଞ୍ଜନଙ୍କୁ ହଟାଇବା ପାଇଁ ରାଜ୍ୟ କଂଗ୍ରେସର ନେତାମାନେ ମେଳି ହୋଇଥିଲେ। ଏପରିକି ପିସିସି ସଭାପତି ଦାୟିତ୍ଵ ପାଇଁ ନିରଞ୍ଜନ ଉଚିତ୍ ନୁହଁନ୍ତି ତେଣୁ ତାଙ୍କୁ ହଟାଯିବାକୁ ସୋନିଆଙ୍କୁ ସାକ୍ଷାତ କରିବେ ବୋଲି କଂଗ୍ରେସର କିଛି ନେତା ବୈଠକ କରିଥିଲେ। ଏବେ ଏହି ଅସନ୍ତୁଷ୍ଟ ମେଳି ହେବା ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି। ମୁଁ ମେଳିକି ଯିବିନି ବୋଲି ସୁର କହିଛନ୍ତି। 

ରାଜ୍ୟ କଂଗ୍ରେସର ପିସିସି ସଭାପତି ଆସନ ପାଇଁ ସମର୍ଥନ ଯୋଗାଡ ପାଇଁ ହେମାନନ୍ଦ ବିଶ୍ଵାଳଙ୍କୁ ଅସନ୍ତୁଷ୍ଟମାନେ ଭେଟିଛନ୍ତି । ଏହି ସମୟରେ ମୋକିମଙ୍କ ନାଁ ପ୍ରସ୍ତାବ କରିବାକୁ ଅସନ୍ତୁଷ୍ଟମାନେ ହେମାନନ୍ଦଙ୍କୁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ସମର୍ଥନ ମାଗିବେ ବୋଲି ଅସନ୍ତୁଷ୍ଟ କହିଛନ୍ତି। ଅସନ୍ତୁଷ୍ଟ ଗୋଷ୍ଠୀ ତଥା ଚିନ୍ତନ ବୈଠକ ଆୟୋଜକ ସନତ ଦାସ ଏନେଇ ସୂଚନା ଦେଇଛନ୍ତି। ସେହି ସମୟରେ ଦଳର ସ୍ଥିତି ଯାହା ନକହିବା ଭଲ। ଯାହା କହିବା କଥା ଦିଲ୍ଲୀରେ ହାଇକମାଣ୍ଡଙ୍କୁ କହିବି ବୋଲି ହେମାନନ୍ଦ ବିଶ୍ଵାଳ କହିଛନ୍ତି। 

ଅପର ପକ୍ଷରେ ମୁଁ ମେଳିକି ଯିବିନି। ଏ ଛୋଟ କାଟିଆ କାମ ମୁଁ କରେନି। ମୋର ସନ୍ଦେହ, ହୋଟେଲରେ ଏକାଠି ହେଉଥିବା ଲୋକ କଂଗ୍ରେସର ନୁହଁନ୍ତି ବୋଲି ସୁର ରାଉତରାୟ କହିଛନ୍ତି।