Home > ରାଜନୀତି
ଫାଇନାଲ୍ ରାଉଣ୍ଡରେ ହରିୟାଣା ଦଙ୍ଗଲ, ମୋର୍ଚା ସମ୍ଭାଳିବେ ମୋଦୀ-ସୋନିଆ
Khabar Odisha:politics-national-odisha-narendra-modi-sonia-gandhi-rally-haryana-elections-maharashtra
ମୁମ୍ବାଇ, ଅକ୍ଟୋବର ୧୮ (ଖବର ଓଡିଶା) :

ମହାରାଷ୍ଟ୍ର ଏବଂ ହରିଆଣାରେ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ। ଆସନ୍ତାକାଲି ପ୍ରଚାର ଥମିବ। ଏହା ପୂର୍ବରୁ ଆଜି ୨ ରାଷ୍ଟ୍ରୀୟ ଦଳର ପ୍ରମୁଖ ନେତା ମଇଦାନକୁ ଓହ୍ଲାଇବେ। ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଲି କରିବା ବେଳେ କଂଗ୍ରେସରୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳ ପକ୍ଷରୁ ରଣହୁଙ୍କାର ଦେବେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣା ପରେ ମହାରାଷ୍ଟ୍ରର ମୁମ୍ବାଇରେ ଏକ ଜନସଭାରେ ସମ୍ବୋଧିତ କରିବେ। ବିଜେପି ହରିୟାଣାରେ ମିଶନ ୭୫+ ସହ ଆଗକୁ ବଢୁଛି। ଅନ୍ୟପଟେ କଂଗ୍ରେସ ପୁଣି ଥରେ ଶାସନରେ ଫେରିବ ବୋଲି ଆସ୍ଥା ପ୍ରକଟ କରିଛି। ଆଜି ମୋଦୀ ହରିୟାଣାର ୨ଟି ଜନସଭାରେ ସମ୍ବୋଧିତ କରିବେ। ଗୋହାନା ଏବଂ ହିସାରରେ ନିର୍ବାଚନୀ ରାଲି ହେବ। ସେହି ସମୟରେ ଦେଖିବାକୁ ଗଲେ ସୋନିଆଙ୍କର ଏହା ପ୍ରଥମ ଜନସଭା। ସେ ଆଜି ମହେନ୍ଦ୍ରଗଡରେ ରାଲି କରିବେ।

ଏତଦ୍ ବ୍ୟତୀତ ବିଜେପିରୁ ଅମିତ ଶାହା ମହାରାଷ୍ଟ୍ରରେ ୪ଟି ରାଲି କରିବେ। ରାଜନାଥ ସିଂହ ହରିୟାଣାରେ ୩ଟି ରାଲି କରିବେ। ବିକେ ସିଂହ, ମନୋଜ ତିୱାରୀ, ହେମା ମାଳିନୀ, ଗୌତମ ଗମ୍ଭୀର, ରବିକିଶନ ହରିୟାଣାରେ ରାଲି କରିବା ବେଳେ ଜେପି ନଡ୍ଡା, ପୀୟୁଷ ଗୋୟଲ, ଶରଦ ପାୱାର, ସିଦ୍ଧରମୈୟା, ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ମହାରାଷ୍ଟ୍ରରେ ରାଲି କରିବେ।