Home > ରାଜନୀତି
ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପାରନ୍ତି ନିର୍ଭୟାଙ୍କ ମା ଆଶା ଦେବୀ
Khabar Odisha:politics-odisha--nuirbhaya-motehr-can-fight-election-against-arvind-kejriwal
ନୂଆଦିଲ୍ଲୀ, ଜାନୁଆରୀ୧୭(ଖବର ଓଡ଼ିଶା):

 ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିର୍ଭୟାଙ୍କ ମା ଆଶା ଦେବୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ମଇଦାନକୁ ଓହ୍ଲାଇ ପାରନ୍ତି। ସୂତ୍ର ଅନୁଯାୟୀ, ନିର୍ଭୟାଙ୍କ ମା କଂଗ୍ରେସ ଟିକେଟରେ କେଜ୍ରିଓ୍ଵାଲଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରନ୍ତି। ଏହାର ଘୋଷଣା ଖୁବ୍ ଶୀଘ୍ର ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ନିର୍ଭୟା ମାମଲାରେ ଫାଶିରେ ବିଳମ୍ବ କାରଣରୁ ନିର୍ଭୟାଙ୍କ ମା ଅନେକ ଥର ଦିଲ୍ଲୀ ସରକାରକୁ ଟାର୍ଗେଟ୍ କରିଥିଲେ। ଏହି ସମୟରେ ଆଶା ଦେବୀ ଏହା ମଧ୍ୟ କହିଥିଲେ ଯେ, କେଜ୍ରିଓ୍ଵାଲ ସରକାର ଦୋଷୀକୁ ବଞ୍ଚାଇବାକୁ ଚାହୁଁଛନ୍ତି।

ଦିଲ୍ଲୀ ଗଣବଳାତ୍କାର ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ, ଦିଲ୍ଲୀ ସରକାର ଅନ୍ତର୍ଗତ ସମସ୍ତ କାମ ଆମ ଦ୍ଵାରା କିଛି ଘଣ୍ଟା ମଧ୍ୟରେ ପୂରା କରାଯାଇଛି। ଆମେ ଏହା ସମ୍ବନ୍ଧିତ କୌଣସି ବି କାମରେ ବିଳମ୍ବ କରି ନାହୁଁ। କେଜ୍ରିଓ୍ଵାଲଙ୍କ କହିବା କଥା ଆମେ ଚାହୁଁଛୁ ଯେ ଦୋଷୀଙ୍କୁ ଖୁବ୍ ଶୀଘ୍ର ଫାଶି ଦିଆଯାଉ। କେଜ୍ରିଓ୍ଵାଲଙ୍କ ଏହି ବୟାନ ଉପରେ ମଧ୍ୟ ଆଶା ଦେବୀ ଜବାବ ଦେଇଛନ୍ତି। ସେ କହିଛନ୍ତି ଦିଲ୍ଲୀ ସରକାର ବିଳମ୍ବ ନକରି କାମ କରିଛନ୍ତି କହିବା ଏହା ସଂପୂର୍ଣ୍ଣ ଭାବେ ଭୁଲ୍ ଅଟେ। ନିର୍ଭୟାଙ୍କ ମା ଆରୋପ ଲଗାଇଛନ୍ତି ଯେ, ଏହି ଘଟଣାକୁ ସାତ ବର୍ଷ ବିତିଗଲାଣି। ଅଢେଇ ବର୍ଷ ପୂର୍ବରୁ ସୁପ୍ରିମକୋର୍ଟରୁ ନିଷ୍ପତ୍ତି ହୋଇ ସାରିଛି। ୧୮ ମାସ ହେଲାଣି ରିଭ୍ୟୁ ପିଟିସନ ଖାରଜ ହୋଇ ସାରିଛି। ଯେଉଁ କାମ ସରକାରଙ୍କୁ କରିବାର କଥା ସେ କାମ ଆମେ କରିଛୁ। 

ଏହା ପୂର୍ବରୁ ଆଶା ଦେବୀ ଦୋଷୀଙ୍କୁ ଫାଶିକୁ ନେଇ ହେଉଥିବା ବୟାନବାଜି ଏବଂ ରାଜନୀତିକରଣ ଦେଖି ଅସନ୍ତୋଷ ପ୍ରକଟ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ  ଆଶା ଦେବୀ ଲୁହ ଛଳ ଛଳ ଆଖିରେ ଅରୋପ ଲଗାଇଛନ୍ତି ଯେ, ଆମକୁ ନ୍ୟାୟ ମିଳିନାହିଁ। ସରକାର ଆମ ଦୁଃଖ ଦୁର୍ଦ୍ଦଶାକୁ ଦେଖି ପାରୁନାହାନ୍ତି। ପ୍ରତ୍ୟେକ ଏହି ମାମଲାରେ ନିଜର ରାଜନୈତିକ ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି। ପିଲାଙ୍କ ମୃତ୍ୟୁ ସହ ଖେଳୁଛନ୍ତି। ଆମକୁ ଏହା ପଛରେ କିଛି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି। ବାରମ୍ବାର ଦୋଷୀଙ୍କ ଫାଶି ଟଳିବାରେ ଲାଗିଛି।