Home > ରାଜନୀତି
କୋଲକାତାରେ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଘେରାଉ ସହ ଧସ୍ତାଧସ୍ତି, ରାଜ୍ୟପାଳଙ୍କୁ ମଧ୍ୟ ବିରୋଧ
Khabar Odisha:politics-odisha-babul-supriyo-faces-agitation-of-students-inside-jadhavpur-university-of-west-bengal
କୋଲକାତା,ସେପ୍ଟେମ୍ବର୧୯(ଖବର ଓଡ଼ିଶା):

ପଶ୍ଚିମବଙ୍ଗର ପ୍ରସିଦ୍ଧ ଯାଦବପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଏକ ଗୋଷ୍ଠୀ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଘେରାଉ କରିବା ସହିତ କଳାପତାକା ଦେଖାଇଛନ୍ତି। ସୁପ୍ରିୟୋ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ଵାରା ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରିବା ପାଇଁ ବିଶ୍ଵ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ବାମପନ୍ଥୀ ଛାତ୍ର ସଂଗଠନ ଏସଏଫଆଇ  ବାବୁଲ ସୁପ୍ରିୟୋଙ୍କ ବିରୋଧରେ ନାରାବାଜି କରିଥିଲେ ଏବଂ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ସୁପ୍ରିୟୋଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାକୁ ରୋକି ଥିଲେ। ଏହା ସହିତ ସେଠାରେ ସୁପ୍ରିୟୋଙ୍କ ସହିତ ଧସ୍ତାଧସ୍ତି ମଧ୍ୟ କରିଛନ୍ତି।

ଘଟଣାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ରାଜ୍ୟପାଳଙ୍କୁ ମଧ୍ୟ ବିରୋଧ କାରଣରୁ କିଛି ସମୟ ଧରି କ୍ୟାମ୍ପର ପରିସରକୁ ପ୍ରବେଶ କରି ପାରିନଥିଲେ। ପରେ ରାଜ୍ୟପାଳଙ୍କ କାରକେଡ୍ ସହିତ ବାବୁଲ ସୁପ୍ରିୟୋ ପରିସରକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ବି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମିନାରରେ ଯୋଗ ଦେବାକୁ ଆସିଥିବା ବାବୁଲ ସୁପ୍ରିୟୋ କ୍ୟାମ୍ପସ ପରିସରରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ମୁଁ ଏଠାକୁ ରାଜନୀତି କରିବାକୁ ଆସିନାହିଁ। ବିଶ୍ଵ ବିଦ୍ୟାଳୟରେ କିଛି ଛାତ୍ରଙ୍କ ବ୍ୟବାହରରେ ଦୁଃଖିତ, ଯେଉଁଭଳି ସେମାନେ ମୋତେ ଘେରାଉ କଲେ। ସେମାନେ ମୋର ଚୁଟି ଟାଣିବା ସହ ଧସ୍ତାଧସ୍ତି କରିଥିଲେ। କୁହାଯାଉଛି ଯେ ପରିସରରେ ବାବୁଲ ସୁପ୍ରିୟୋଙ୍କ ବିରୋଧ ସମୟରେ ତାଙ୍କ ଉପରକୁ ବୋତଲ ଫିଙ୍ଗା ଯାଇଥିଲା ଏବଂ ତାଙ୍କର ଚଷମା ମଧ୍ୟ ଭଙ୍ଗା ଯାଇଥିଲା। 

ବିଶ୍ଵ ବିଦ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ବିରୋଧ ପରେ ଛାତ୍ରଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ କୁହାଯାଇଥିଲା ମାତ୍ର ଛାତ୍ର ଏଥିରେ ରାଜି ହୋଇନଥିଲେ। ଏହା ପରେ ରାଜଭବନକୁ ପୂରା ମାମଲା ବିଷୟରେ ଅବଗତ କରାଯାଇଥିଲା, ଏହା ପରେ ରାଜ୍ୟପାଳ ଜଗଦୀପ ଧନଖର ନିଜେ ବିଶ୍ଵ ବିଦ୍ୟାଳୟରେ ପହଞ୍ଚିଥିଲେ। 

ଅଭିଯୋଗ ହୋଇଛି ଯେ କୁଳପତି ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ କ୍ୟାମ୍ପସ ଭିତରକୁ ପଶିବାକୁ ଦେଇନଥିଲେ। ପରେ ରାଜ୍ୟପାଳ କୌଣସି ମତେ ପରିସରରେ ପହଞ୍ଚିଥିଲେ ଏବଂ ବାବୁଲ ସୁପ୍ରିୟୋଙ୍କୁ ନିଜ ସାଥିରେ ନେଇଯାଇଥିଲେ। ମାତ୍ର ଏହି ସମୟରେ ବି ଗେଟରେ ଥିବା ଛାତ୍ର ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀଙ୍କ ତୀବ୍ର ବିରୋଧ କରିଥିଲେ।