Home > ରାଜନୀତି
କ୍ଷମତାରେ ବାରମ୍ଵାର ରହିବାରୁ ବିଜେଡ଼ି ନେତାଙ୍କ ଔଦ୍ଧତ୍ୟ ଓ ଅହଙ୍କାର ବଢି ଯାଇଛି
Khabar Odisha:politics-odisha-bjd-leader-had-forget-how-they-behave-media-person-says-opposition-leaders
ଭୁବନେଶ୍ଵର,ନଭେମ୍ଵର୦୬(ଖବର ଓଡ଼ିଶା):

 ଓଟିଭି କେନ୍ଦ୍ରାପଡ଼ାର ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଅନେକ ନେତା କଡ଼ା ଶବ୍ଦରେ ଏହାର ସମାଲୋଚନା କରିଛନ୍ତି। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କଠୁ ନେଇ ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅନୁଭବଙ୍କ ଔଦ୍ଧତ୍ୟ ଏବଂ ଅହଙ୍କାର ବଢିଥିବା କହିଛନ୍ତି। ସେହି ପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବହୁତ ସମୟ ଗାଦିରେ ବସିଲେ ଏମିତି ଅହଙ୍କାର ବଢିଯାଏ ବୋଲି କହିଛନ୍ତି। 

ସାଂସଦ ଅନୁଭବଙ୍କ ଔଦ୍ଧତ୍ୟ ଆଚରଣ ନେଇ ତାରା ବାହିନୀପତି କହିଛନ୍ତି ଯେ, କ୍ଷମତାରେ  ବାରମ୍ବାର ରହିବା ଯୋଗୁଁ ବିଜେଡ଼ି ନେତାଙ୍କ ଅହଙ୍କାର ବଢି ଯାଇଛି। ଅନୁଭବଙ୍କ ବିରୋଧରେ ପୋଲିସ କାର୍ୟ୍ୟା ନୁଷ୍ଠାନ ଗ୍ରହଣ କରୁ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ତାରା କହିଛନ୍ତି। 

ସେହି ପରି ବରଗଡ଼ ସାଂସଦ ସୁରେଶ ପୂଜାରୀ ସାମ୍ବାଦିକଙ୍କ ପ୍ରତି ଏମିତି ଦୁର୍ବ୍ୟବହାର ନେଇ ଅନୁଭବଙ୍କ କଡ଼ା ସୋମାଲୋଚନା କରିଛନ୍ତି। ଦୁର୍ବ୍ୟବହାରର ଯେଉଁଭଳି  ଭିଜୁଆଲ ଆସିଛି, ତାହା ବିଚଳିତ କଳା ଭଳି। ଜନ ପ୍ରତିନିଧିଙ୍କ ମର୍ଯ୍ୟାଦା ଉଲ୍ଲଙ୍ଘନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସମାଜ ଲାଗି ଗଣମାଧ୍ୟମ ଓ ଜନ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ।  ବିପରୀତ ପରିସ୍ଥିତିରେ ସଂଯମତା ରକ୍ଷା କରିବା ହେଉଛି ଜନ ପ୍ରତିନିଧିଙ୍କ ଧର୍ମ। 

ସେ କହିଛନ୍ତି ଯେ, ସଂଯମତା, ସହନଶୀଳତା, ନମତ୍ରା ଜନ ପ୍ରତିନିଧିଙ୍କ ଆଭୂଷଣ ହେବା କଥା। ମାତ୍ର ଅହଙ୍କାର, କ୍ରୋଧ, ପ୍ରତିକ୍ରିୟାଶୀଳତା ଭୂଷଣ ହେଲେ ଗଣତନ୍ତ୍ର ରକ୍ତାକ୍ତ ହୁଏ ବୋଲି ସୁରେଶ କହିଛନ୍ତି। ତଥ୍ୟ ସଂଗ୍ରହ କରିବା ସାମ୍ବାଦିକଙ୍କ ଧର୍ମ, ପ୍ରଶ୍ନର ସାମ୍ନା କରିବା ନେତାଙ୍କ ଧର୍ମ। ମର୍ଯ୍ୟାଦା ଭିତରେ ରହି ଆଚରଣ ପ୍ରଦର୍ଶନ କରିବା ହେଉଛି ଜନ ପ୍ରତିନିଧିଙ୍କ ଧର୍ମ ବୋଲି  ପୂଜାରୀ କହିଛନ୍ତି। 

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡ଼ିର ଅଂହଭାବ ବଢ଼ି ଯାଇଛି। ସାଂସଦଙ୍କ ସହ ଦଳର ବିଭିନ୍ନ ବ୍ୟକ୍ତି ଗଣମାଧ୍ୟମଙ୍କୁ ଏଭଳି ବ୍ୟବହାର କରିଛନ୍ତି। ଦୀର୍ଘ ସମୟ ଧରି ଗାଦିରେ ବସିଲେ ଏଭଳି ଔଦ୍ଧତ୍ୟ ବଢ଼ିଯାଏ। ଯାହାର ପରିଣତି ଭୋଗିବେ ବୋଲି ମୋକିମ କହିଛନ୍ତି। 

ଉଲ୍ଲେଖଯୋଗ୍ୟମ, ଗତକାଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜିଲ୍ଲାପାଳ କାର୍ଯ୍ୟାଳୟ ବାହାରେ ସର୍ବ ସମ୍ମୁଖରେ ଓଟିଭି ସାମ୍ବାଦିକଙ୍କ ଦୁର୍ବ୍ୟବହାର କରିଥିଲେ। ସେ ବୁମ୍ ଠେଲି, ପାଖକୁ ଘୋଷାଡି ଆଣି ଖରାପ ବ୍ୟବହାର କରିଥିଲେ। ସେ ସାମ୍ବାଦିକଙ୍କୁ ଅପମାନିତ କରି କହିଥିଲେ ଯେ ଆପଣ ଆପଣଙ୍କର ମାଲିକଙ୍କୁ ପଚାରିବେ ଯେ ଯାହା ନ୍ୟୁଜ୍ ବଜାଉଛନ୍ତି ତାହା ସତ ବଜାଉଛନ୍ତି ନା ମନଇଚ୍ଛା ବଜାଉଛନ୍ତି ନିଜ ସ୍ଵାର୍ଥ ପାଇଁ।  ଏପରିକି ତାତ୍ସଲ୍ୟ କରି ଅନୁଭବ ଓ ତାଙ୍କ ସମର୍ଥକ ତାଳି ମାରିଥିବା ଦେଖାଯାଇଛି। ଗୋଟିଏ କଥା କହିଲେ ଗଣମାଧ୍ୟମ ତାହାକୁ ଅନ୍ୟ ଅର୍ଥ ବାହାର କରି ଖବର ପ୍ରସାରଣ କରୁଛି ବୋଲି ଅନୁଭବ ତାତ୍ସଲ୍ୟ କରିଥିଲେ।