Home > ରାଜନୀତି
ସୋନିଆ ଗାନ୍ଧି ଦାୟିତ୍ୱ ନେବା ପରେ କଂଗ୍ରେସ ପୂର୍ବାବସ୍ଥାକୁ ଫେରିବ-ଜୟଦେବ ଜେନା
Khabar Odisha:politics-odisha-jaydev-jena-says-about-aicc-new-president-sonia-gandhi-congress
ଭୁବନେଶ୍ୱର, ଅଗଷ୍ଟ ୧୧(ଖବର ଓଡିଶା):

ସୋନିଆ ଗାନ୍ଧି ଏଆଇସିସିର ଅନ୍ତରୀଣ ସଭାପତି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନା । ଏବେ ଦେଶରେ କଂଗ୍ରେସ ସଶକ୍ତ ହେବା ସହ ଏହା ଏକ ଐତିହାସିକ ବିଜୟ ବୋଲି ସେ କହିଛନ୍ତି  ।

ଜୟଦେବ କହିଛନ୍ତି, ସୋନିଆ ନିଜେ ପ୍ରଧାନମନ୍ତ୍ରୀ ନହୋଇ ପ୍ରଧାନମନ୍ତ୍ରୀ ତିଆରି କରିଛନ୍ତି । ସମସ୍ତେ ସୋନିଆ ଅଧ୍ୟକ୍ଷ ହେବା ନେଇ ଆଶା କରୁଥିଲେ । ସେ ଏବେ ଦାୟିତ୍ୱ ନେଇଛନ୍ତି । କଂଗ୍ରେସ ପୂର୍ବାବସ୍ଥାକୁ ଫେରିବ । ତାଙ୍କ ନେତୃତ୍ୱ ଦଳକୁ ଦିବଦର୍ଶନ ଦେବ । ବିରୋଧୀ ଯେଉଁ କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଦେଖୁଛନ୍ତି ତାହା ସମ୍ଭବ ହେବ ନାହିଁ । ସେ ସାରା ଦେଶ କଥା ଚିନ୍ତା କରିବେ । ଏହାସହ ସେ ଓଡିଶାରେ ଯାହାକୁ ଦାୟିତ୍ୱ ଦେବେ ତାଙ୍କ ନେତୃତ୍ୱରେ କାମ କରାଯିବ ବୋଲି ଏହି ପୂର୍ବତନ ପିସିସି ସଭାପତି କହିଛନ୍ତି ।

  • Tags: