Home > ରାଜନୀତି
ଫଡଣବିସ୍ ହିଁ ହେବେ ମୁଖ୍ୟମନ୍ତ୍ରୀ, ଶିବସେନା ସହିତ ଚାଲିଛି ଆଲୋଚନା: ଗଡ଼କରୀ
Khabar Odisha:politics-odisha-nitin-gadkari-says-on-maharashtra-government-formation-cm-will-be-from-bjp
ନାଗପୁର,ନଭେମ୍ବର୦୭(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବାର ୧୪ ଦିନ ପରେ ବି ସରକାର ଗଠନ ନେଇ ଗତିରୋଧ ଜାରି ରହିଛି। ବିଜେପି ଓ ଶିବସେନା ମଧ୍ୟରେ କ୍ଷମତା ବଣ୍ଟନ ନେଇ ଜାରି ମତଭେଦ ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ବିଜେପି ଓ ଶିବସେନା ଉଭୟ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଛି। ତେଣୁ ଦୁଇ ଦଳକୁ ସରକାର ଗଠନ କରିବା ଉଚିତ୍। ମୁଁ ବର୍ତ୍ତମାନ ଦିଲ୍ଲୀରେ ରହିଛି ଓ ମହାରାଷ୍ଟ୍ର ଆସିବାର କୌଣସି ପ୍ରଶ୍ନ ଉଠୁନାହିଁ। ସରକାର ଗଠନ ନେଇ ଶିବସେନା ସହିତ ଆଲୋଚନା ଚାଲିଥିବା ଗଡ଼କରୀ କହିଛନ୍ତି। 

ସରକାର ଗଠନ ନେଇ ହେଉଥିବା ଚର୍ଚ୍ଚାର ପ୍ରଶ୍ନରେ ଗଡ଼କରୀ କହିଛନ୍ତି ଯେ, ଦୁଇ ମେଣ୍ଟକୁ ଜନମତ ମିଳିଛି। ଶୀଘ୍ର ଏହା ଉପରେ ନିର୍ଣ୍ଣୟ ନିଆଯିବ। ଆମର ନେତା ଦେବେନ୍ଦ୍ର ଫଡ଼ଣବିସଙ୍କ ନେତୃତ୍ଵରେ ସରକାର ଗଠନ ନେବା ଉଚିତ୍। ବିଜେପିକୁ ୧୦୫ ଆସନ ମିଳିଛି, ଯିଏ ଅଧିକ ଆସନ ଜିତିଛି ତାଙ୍କୁ ମୁଖ୍ୟମନ୍ତ୍ରୀ ହିଁ କରାଯାଏ।

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ତାଙ୍କର ପ୍ରସ୍ତାବିତ ସାକ୍ଷାତକୁ ନେଇ ଗଡ଼କରୀ କହିଛନ୍ତି ଯେ, ଏହି ମାମଲାରେ ସଙ୍ଘର କୌଣସି ସଂପର୍କ ନାହିଁ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ନାଗପୁରରୁ ଆସିଥିବା ନୀତିନ ଗଡ଼କରୀ ରାଜ୍ୟ ରାଜନୀତିର ବଡ଼ ଚେହେରା। ସବୁ ଦଳ ସହିତ ସୁସଂପର୍କ ଲାଗି ଗଡ଼କରୀ ବେଶ୍ ପରିଚିତ। ଶିବସେନା ଦେବେନ୍ଦ୍ର ଫଡ଼ଣବିସଙ୍କ ପରିବର୍ତ୍ତେ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ କଲେ ସହମତି ଦେବ ବୋଲି କୁହାଯାଉଛି।