Home > ରାଜନୀତି
କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ଉପରେ ରାହୁଲଙ୍କ ତାତ୍ସଲ୍ୟ, ଖରାପ ଆର୍ଥିକ ସ୍ଥିତିକୁ ଲୁଚାଇ ପାରିବେ ନାହିଁ ସରକାର
Khabar Odisha:politics-odisha-rahul-gandhi-attacks-on-corporate-tax-cut-with-howdy-modi-event
ନୂଆଦିଲ୍ଲୀ,ସେପ୍ଟେମ୍ବର୨୦(ଖବର ଓଡ଼ିଶା):

କେନ୍ଦ୍ର ସରକାରଙ୍କ ଦ୍ଵାରା ଶୁକ୍ରବାର କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯିବା ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆକ୍ଷେପ କରିଛନ୍ତି। ରାହୁଲ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକାରେ  ହେବାକୁ ଥିବା କାର୍ଯ୍ୟକ୍ରମ ‘ହାଉଦି ମୋଦୀ’ ସହ ଯୋଡ଼ିଛନ୍ତି ଏବଂ କହିଛନ୍ତି ଯେ କୌଣସି ବି କାର୍ଯ୍ୟକ୍ରମ କିମ୍ବା ନିଷ୍ପତ୍ତି ଖରାପ ଆର୍ଥିକ ଅବସ୍ଥାକୁ ଛପାଇ ପାରିବ ନାହିଁ।

ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି ଯେ #ହାଉଦିଇଣ୍ଡିଆନଇକୋନୋମୀ ମଧ୍ୟରେ ତଳକୁ ଖସୁଥିବା ଘରୋଇ ପୁଞ୍ଜି ବଜାର ପାଇଁ ମୋଦୀ ଯାହା କରିଛନ୍ତି ତାହା ବହୁତ ଦମଦାର ରହିଛି। ୧.୪ ଲକ୍ଷ କୋଟି ଟଙ୍କା ସହିତ ହୋଷ୍ଟନ କାର୍ଯ୍ୟକ୍ରମ ଦୁନିଆର ଏ ପର୍ଯ୍ୟନ୍ତ ସବୁଠୁ ମହଙ୍ଗା କାର୍ଯ୍ୟକ୍ରମ। ମାତ୍ର କୌଣସି ବି କାର୍ଯ୍ୟକ୍ରମ ଏହି ଆର୍ଥିକ ସଂକଟଙ୍କୁ ଲୁଚାଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜିଏସଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟ୍ୟାକ୍ସ  ହ୍ରାସ କରିବାକୁ ଘୋଷଣା କରିଥିଲେ। କର୍ପୋରେଟ୍ ଟ୍ୟାକ୍ସ  ହ୍ରାସ ଏବଂ ଅନ୍ୟ ବର୍ଗରେ ଆଶ୍ଵସ୍ତି ଦେବା ଫଳରେ ସରକାରଙ୍କ ଉପରେ ୧.୪୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ବୋଝଭାର ପଡ଼ିବ। 

ପୂର୍ବରୁ ବି ହାଉଦି ମୋଦୀ ଉପରେ କରିଥିଲେ ତାତ୍ସଲ୍ୟ

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ହୋଷ୍ଟନରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉଦି ମୋଦୀ’ କାର୍ଯ୍ୟକ୍ରମ ଉପରେ ତାତ୍ସଲ୍ୟ କରିଥିଲେ। ରାହୁଲ ଲେଖିଥିଲେ ଯେ ମୋଦୀଙ୍କୁ ଦେଶର ଅର୍ଥବ୍ୟବସ୍ଥା ବିଷୟରେ ଅବଗତ କରାଇବା ଉଚିତ୍।