Home > ରାଜନୀତି
ନୀତିନ ଗଡ଼କରୀ, ଭାଗବତ ଦୂର କରିବେ ମହାରାଷ୍ଟ୍ରରେ ଜାରି ଗତିରୋଧ !
Khabar Odisha:politics-odisha-shivsena-leader-asks-nitin-gadkari-and-rss-to-intervene-in-ongoing-roadblock-over-government
ମୁମ୍ବାଇ,ନଭେମ୍ବର୦୫(ଖବର ଓଡ଼ିଶା):

ମହାରାଷ୍ଟ୍ରରେ ଜାରି ରାଜନୈତିକ ଡ୍ରାମା ମଧ୍ୟରେ ଶିବସେନାର ଜଣେ ଶୀର୍ଷସ୍ତରୀୟ ନେତା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଉପୁଜିଥିବା ମତଭେଦକୁ ଦୂର କରିବା ଲାଗି ଅନୁରୋଧ କରିଛନ୍ତି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପରାମର୍ଶଦାତା କିଶୋର ତିଓ୍ଵାରୀ ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଙ୍ଘର ସରସଙ୍ଘଚାଳକ ମୋହନ ଭାଗବତଙ୍କୁ ମଧ୍ୟ ପତ୍ର ଲେଖି ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ତିଓ୍ଵାରୀ କହିଛନ୍ତି ଯେ, ଆମେ ଦାବି କରୁଛୁ ଯେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବିଜେପି ଓ ଶିବସେନା ମଧ୍ୟରେ ଜାରି ବିବାଦର ସମାଧାନ କରନ୍ତୁ। ଆମକୁ ଭରସା ଯେ ସେ କେବଳ ମେଣ୍ଟ ଧର୍ମର ସମ୍ମାନ କରିବେ ନୁହଁ ବରଂ ଦୁଇ ଘଣ୍ଟା ମଧ୍ୟରେ ଏହି  ଜଟିଳ ସ୍ଥିତିର ସମାଧାନ କରି ଦେବେ। ସେ ଦାବି କରିଛନ୍ତି ଯେ ସରକାର ଗଠନ ନେଇ ଜାରି ଗତିରୋଧ ଯଦି ସମାପ୍ତ ହୁଏ ତେବେ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ ପ୍ରଥମ ତିନି ମାସ ଲାଗି ମୁଖ୍ୟମନ୍ତ୍ରୀ କରାଯାଇପାରେ ଏବଂ ବଳକା କାର୍ଯ୍ୟକାଳ ପାଇଁ ବିଜେପି ନିଷ୍ପତ୍ତି ନେଇପାରେ ଯେ ମୁଖ୍ୟମନ୍ତ୍ରୀ ପଦରେ ସେ କାହାକୁ ନାମିତ କରିବ।

ତିଓ୍ଵାରୀ  କହିଛନ୍ତି ଯେ, ବିଜେପି ଓ ଶିବସେନାର ଆଭିମୁଖ୍ୟ ଓ ଦେବେନ୍ଦ୍ର ଫଡ଼ଣବିସଙ୍କ କାମ କରିବାର ଶୈଳୀକୁ ଦୃଷ୍ଟିରେ ରଖି ଅନୁଭବୀ ରାଜନେତା ଗଡ଼କରୀଙ୍କୁ ମହାରାଷ୍ଟ୍ରରେ ଦୁଇ ମେଣ୍ଟର ସହଯୋଗୀଙ୍କ ହିନ୍ଦୁତ୍ଵ ଓ ବିକାଶ ଏଜେଣ୍ଡାକୁ ପୂରା କରିବା ଲାଗି ପଠାଯାଉ। 

ଅପରପକ୍ଷେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଅଧ୍ୟକ୍ଷ ଶରଦ ପାଓ୍ଵାର ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ନୂତନ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନସିପିରି ଜଣେ ନେତାଙ୍କ କହିବାନୁଯାୟୀ ପାର୍ଟି ଶିବସେନା ନେତୃତ୍ଵାଧୀନ ସରକାରର ଅଂଶ ହେବାକୁ ପ୍ରସ୍ତୁତ। ଏହା ସବୁ ଶିବସେନା ଓ ବିଜେପିର ମେଣ୍ଟ ହେବା ଏବଂ ନହେବା ଉପରେ ନିର୍ଭର କରେ।