Home > ରାଜନୀତି
ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ହେବେ ପ୍ରିୟଙ୍କା ଗାନ୍ଧୀ !
Khabar Odisha:priyanka-vadra-may-be-takes-charge-of-utter-pradesh
ନୂଆଦିଲ୍ଲୀ, ସେପ୍ଟେମ୍ବର ୩ (ଖବର ଓଡ଼ିଶା):

ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱରେ ଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଖୁବଶୀଘ୍ର ପୁଣି ଏକ ଗୁରୁ ଦାୟିତ୍ୱ ମିଳିପାରେ । ପ୍ରିୟଙ୍କାଙ୍କୁ ଦଳ ଉତ୍ତର ପ୍ରଦେଶର ପ୍ରଭାରୀ ଘୋଷଣା କରିପାରେ । ରାଜ୍ୟ କଂଗ୍ରେସର ନେତାମାନଙ୍କ ସହିତ ଆଲୋଚନା ପରେ ଦଳ ଏହି ନିଷ୍ପତ୍ତି ନେବାର ସମ୍ଭାବନା ଥିବା ଆଲୋଚନା ହେଉଛି ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ମହାସଚିବ ପଦରେ ନିଯୁକ୍ତ କରାଯାଇଥିଲା । ପଶ୍ଚିମ ଉତ୍ତର ପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ ନିଯୁକ୍ତି ମିଳିଥିଲା । କିନ୍ତୁ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟରେ ସମସ୍ତ ଜିଲ୍ଲା କମିଟିକୁ ଭାଙ୍ଗି ଦିଆଯାଇଛି । ଯାହାର ପୁର୍ନଗଠନ କରାଯିବ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଏହା ସହିତ ଦଳର ଘନ ଘନ ବୈଠକ ମଧ୍ୟ ବସୁଛି । ଆଗକୁ ହେବାକୁ ଥିବା ପ୍ରଦେଶ କମିଟିକୁ ସଙ୍କୁଚିତ କରାଯିବ । ବଛା ବଛା ନେତାଙ୍କୁ କମିଟିରେ ରଖିବାକୁ ଯୋଜନା କରାଯାଉଛି ।

ଏହା ବ୍ୟତୀତ ଦଳ ଉତ୍ତର ପ୍ରଦେଶ ସଭାପତି ମଧ୍ୟ ବହୁତ ଶୀଘ୍ର ଘୋଷଣା କରିବ । ଆସନ୍ତା ୨୦୨୨ ନିର୍ବାଚନକୁ ନଜରରେ ରଖି ଏହି ପ୍ରସ୍ତୁତି କରାଯାଉଛି । ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ନିର୍ବାଚନୀ ଭାଷଣରେ ଆଗାମୀ ନିର୍ବାଚନ କଥା ଅଧିକ ଥର କହୁଥିଲେ ।

  • Tags: