Home > ରାଜନୀତି
ନିଜ ସହଯୋଗୀଙ୍କୁ ଚାପୁଡ଼ା ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଭିଡିଓ ଭାଇରାଲ
Khabar Odisha:senior-congress-leader-siddaramaiah-slaps-his-aide
ମୈଶୂର, ସେପ୍ଟେମ୍ବର ୪ (ଖବର ଓଡ଼ିଶା):

କର୍ଣ୍ଣାଟକ କଂଗ୍ରେସ ଏବେ ଚର୍ଚ୍ଚାରେ ରହିଛି । ପ୍ରଥମେ ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ଗିରଫ ଓ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଚାପୁଡ଼ା ମରା ଘଟଣା । ସିଦ୍ଧରମୈୟା ନିଜର ସହଯୋଗୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି । ମୈଶୂର ବିମାନବନ୍ଦରରେ ତାଙ୍କର ସହଯୋଗୀଙ୍କୁ ମାଡ଼ ମାରିଥିବାରୁ ଭିଡ଼ିଓ ଭାଇରାଲ ହୋଇଛି । ତେବେ ସେ କାହିଁକି ଚାପୁଡ଼ା ମାରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

କୌଣସି କାମ ପାଇଁ ସିଦ୍ଧରମୈୟା ମୈଶୂର ଏୟାର ପୋର୍ଟରେ ପହଁଚିଥିଲେ । ସେଠାରେ ସେ ଗଣମାଧ୍ୟମ ସାମ୍ନାରେ ତାଙ୍କର ସହଯୋଗୀଙ୍କୁ ଚାପୁଡ଼ା ମାରିଥିଲେ । ଏହା ପରେ ଉଭୟ ସେଠାରୁ ଚାଲି ଯାଇଥିଲେ । ଯାହାର ଭିଡ଼ିଓ ଏବେ ସୋଶିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ସିଦ୍ଧରମୈୟା କାହିଁକି ଏମିତି କଲେ ତାହା ଜଣାପଡ଼ିଛି ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ ଆଜି କଂଗ୍ରେସ କର୍ମୀମାନେ ଶିବକୁମାରଙ୍କ ଗିରଫଦାରୀକୁ ନେଇ ବିକ୍ଷୋଭ କରୁଛନ୍ତି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବସ୍‌ରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଏହାକୁ ନଜରରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି ।