Home > ରାଜନୀତି
ପରାଜୟରୁ ଶିକ୍ଷା ଲାଭ କରିନି କଂଗ୍ରେସ, ଚାଷୀ ତାଲିକାକୁ ନେଇ ବିଜେଡ଼ି ସରକାର ଉପରେ ବର୍ଷିଲେ ଶିବରାଜ
Khabar Odisha:shivraj-singh-chauhan-targets-both-congress-and-bjd
ଭୁବନେଶ୍ୱର, ଅଗଷ୍ଟ ୧୧ (ଖବର ଓଡ଼ିଶା):

ବହୁ ମାନସ ମନ୍ଥନ ଓ ଘନ ଘନ ବୈଠକରେ ପରେ ପୁଣି ଥରେ କଂଗ୍ରେସ ଗାନ୍ଧୀ ପରିବାରକୁ ଗୁରୁତ୍ୱ ଦେଇଛି । ଶେଷରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ପଦବୀକୁ ଫେରିଛନ୍ତି । କଂଗ୍ରେସ କେବଳ ପରିବାରବାଦ ରାଜନୀତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରେ ।  କିନ୍ତୁ ଭାରତୀୟ ଜନତା ପାର୍ଟି ପରିବାରବାଦ ରାଜନୀତି ନୁହେଁ ଲୋକଙ୍କ ବିକାଶ ଚାହେଁ । ଯାହାର ଉଦାହରଣ ହେଉଛି ଐତିହାସିକ ତିନି ତଲାକ ବିଲ୍‌ ପାସ କରିବା । ଅନୁରୂପ ଭାବେ ବିଜେଡ଼ି ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ ନ କରି କାଳିଆ ଟଙ୍କା ବାଣ୍ଟିବା ଅପାରଗତାର ପରିଚୟ ଅଟେ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ନେତା ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏଭଳି ଭାବରେ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଛନ୍ତି ।

ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ କଂଗ୍ରେସ ଓ ରାଜ୍ୟ ବିଜେଡ଼ି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ ସିଧାସଳଖ କଂଗ୍ରେସର ସଭାପତି ଚୟନକୁ ନିଶାନା କରିଛନ୍ତି । ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଭାପତି ପଦକୁ ଫେରିବା ନେଇ ଖୁବ ବର୍ଷିଛନ୍ତି । ଗାନ୍ଧୀ ପରିବାରରୁ କେହି ଅଧକ୍ଷ୍ୟ ହେବେ ନାହିଁ କହୁଥିବା କଂଗ୍ରେସ ପରିବାରବାଦ ରାଜନୀତି ଉପରେ ବିଶ୍ୱାସ କରୁଛି । କିନ୍ତୁ ବିଜେପି ପରିବାରବାଦ ରାଜନୀତିରେ ବିଶ୍ୱାସ କରେ ନାହିଁ ବରଂ ଲୋକଙ୍କ ବିକାଶ ଚାହେଁ । ଯେମିତିକି ତିନି ତଲାକ ପରି ଐତିହାସିକ ବିଲ୍‌ ପାସ୍ କରି ବିଜେପି ଜନତାଙ୍କ ଆସ୍ଥାଭାଜନ ହୋଇପାରିଛି । ସେହିପରି କଂଗ୍ରେସ ମୁଖିଆ ଚୟନକୁ କଟାକ୍ଷ କରିଛନ୍ତି ଚୌହ୍ୱାନ । ମୁଖିଆ ପାଇଁ ଦଳ ଭିତରେ ଟଣାଓଟରା ଚାଲିବା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ଶୋଚନୀୟ ପରାଜୟ ପରେ କଂଗ୍ରେସ ଗାନ୍ଧୀ ଋଣଛୋଡ଼୍‌ ଗାନ୍ଧି ହୋଇଛନ୍ତି । ପରାଜୟରୁ କୌଣସି ଶିକ୍ଷା ଲାଭ କରିନି କଂଗ୍ରେସ । ଲୋକେ ପରିବାରବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହେଲେ କଂଗ୍ରେସ ପୁଣି ସୋନିଆ ଗାନ୍ଧିଙ୍କୁ ଅଧ୍ୟକ୍ଷ କରିଛି । ଏହା ସହିତ ସେ କାଶ୍ମୀରକୁ ନେଇ ଜବାହାରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି । କାଶ୍ମୀର ସମସ୍ୟାର ଜନକ ହେଉଛନ୍ତି ଜବାହରଲାଲ ନେହେରୁ ବୋଲି ସେ କହିଛନ୍ତି । ନେହେରୁଙ୍କ ଧାରା ୩୭୦ଭୁଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଧାରିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ଶିବରାଜ । ଭାରତ ସରକାର ଜନହିତକାରୀ ଆୟୁଷ୍ମାନ ଯୋଜନା ଲାଗୁ ନ କରି କାଳିଆ ଟଙ୍କା ବାଣ୍ଟିବା ଅପାରଗତାର ପରିଚୟ ଅଟେ । ଓଡ଼ିଶାରେ ଆୟୁଷ୍ମାନ ଭାରତଯୋଜନା ଲାଗୁ ହେବା ଆବଶ୍ୟବ  । ସେହିପରି ରାଜ୍ୟର ବିଧିବଦ୍ଧ ବିକାଶ ପାଇଁ କୌଣସି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହୋଇ ନାହିଁ । ଶ୍ୱେତପତ୍ର ଜରିଆରେ ରାଜ୍ୟର ଚାଷୀଙ୍କ ତାଲିକା ପ୍ରକାଶ କରିବାକୁ ସେ ଦାବି କରିଛନ୍ତି  । କାଳିଆ ଯୋଜନାରେ ୫୭ ଲକ୍ଷ ହିତାଧିକାରୀ ଅଛନ୍ତି ରାଜ୍ୟ କହୁଛି । ହେଲେ କେନ୍ଦ୍ରକୁ ମାତ୍ର ୯ ଲକ୍ଷ ହିତାଧିକାରୀଙ୍କ ତାଲିକା ଦିଆଯାଇଛି । ପିଏମ୍‌ କିଷାନ ଯୋଜନାରେ ଚାଷୀଙ୍କୁ ସାମିଲ ପାଇଁ ତୁରନ୍ତ ତାଲିକା ଦେବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । 

  • Tags: