Home > ରାଜନୀତି
ଶେଷ ମୂହୂର୍ତ୍ତରେ ସୋନିଆଙ୍କ ହରିୟାଣା ଗସ୍ତ ବାତିଲ, ରାହୁଲ କରିବେ ପ୍ରଚାର
Khabar Odisha:sonia-gandhi-cancels-her-hariyana-visit
ହରିୟାଣା, ଅକ୍ଟୋବର ୧୮ (ଖବର ଓଡ଼ିଶା):

ବିଧାନସଭା ନିର୍ବାଚନ ପାଇଁ ଏବେ ହରିୟାଣା ରାଜ୍ୟ କମ୍ପୁଛି । ଆଜି ପ୍ରଚାରର ଶେଷ ଦିନ । ଉଭୟ ବିଜେପି ଓ କଂଗ୍ରେସର ଦୁଇ ହେଭିୱେଟ୍‌ ନେତା ମଇଦାନକୁ ଓହ୍ଲାଇବେ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶେଷ ମୂହୂର୍ତ୍ତରେ ନିଜ ଗସ୍ତ ବାତିଲ କରିଛନ୍ତି । ତାଙ୍କ ସ୍ଥାନରେ ପୁଅ ରାହୁଲ ଗାନ୍ଧୀ ପ୍ରଚାର ମିଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । କେଉଁ କାରଣ ପାଇଁ ସୋନିଆ କାର୍ଯ୍ୟକ୍ରମ ବନ୍ଦ କଲେ ତାହା ଏ ଯାଏ ସ୍ପଷ୍ଟ ହୋଇ ନାହିଁ ।

ହରିୟାଣାରେ ପୁଣି ଥରେ କ୍ଷମତାକୁ ଫେରିବାକୁ କଂଗ୍ରେସ ଜୋରଦାର ପ୍ରୟାସ କରୁଛି । ସେଥିଲାଗି ଆଜି ଖୋଦ ହାଇକମାଣ୍ଡ ପ୍ରଚାର କରିଥାଆନ୍ତେ । ମହେନ୍ଦ୍ରଗଡ଼ରେ ସୋନିଆ ଗାନ୍ଧୀ ଦଳୀୟ ପ୍ରାର୍ଥୀ ରାୱ ଦାନ ସିଂହଙ୍କ ପାଇଁ ପ୍ରଚାର କରିଥାଆନ୍ତେ । ମାତ୍ର ଶେଷ ମୂହୂର୍ତ୍ତରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ମାତ୍ର ତାଙ୍କ ବଦଳରେ ରାହୁଲ ଗାନ୍ଧୀ ଜନସଭା କରିବେ । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡା, କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ସୈଲଜାଙ୍କ ସହିତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ରହିବେ । ମହେନ୍ଦ୍ରଗଡ଼ର ଖେଳ ଷ୍ଟାଡିୟମ୍‌ରେ ସାଧାରଣ ସଭାର ଆୟୋଜନ କରାଯାଇଛି । ସେଠାରେ ରାହୁଲ ଜନତାଙ୍କୁ ସମ୍ବୋଧନ କରିବେ । ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହରିୟାଣାରେ ପ୍ରଚାର କରିବେ । ଗୋହାନା ଏବଂ ହିସାରରେ ନିର୍ବାଚନୀ ରାଲି କରିବେ । ଏହା ସହିତ ସାଧାରଣ ସଭାରେ ଯୋଗ ଦେବେ । ଏହା ପରେ ସେ ମହାରାଷ୍ଟ୍ରରେ ପ୍ରଚାର ପାଇଁ ଗସ୍ତ କରିବେ ।